ଜାମିଅତ ଉଲେମା-ଏ-ହିନ୍ଦ୍‌ର ଧମକ : ଅମିତ ଶାହ କୋଲକାତା ଆସିଲେ ଆଉ ଫେରିପାରିବେ ନାହିଁ

Advertisment
ଜାମିଅତ ଉଲେମା-ଏ-ହିନ୍ଦ୍‌ର ଧମକ : ଅମିତ ଶାହ କୋଲକାତା ଆସିଲେ ଆଉ ଫେରିପାରିବେ ନାହିଁ

Prokerala.com

କୋଲକାତା : ପଶ୍ଚିମବଂଗ ମନ୍ତ୍ରୀ ତଥା ଜାମିଅତ ଉଲେମା ଏ ହିନ୍ଦ୍‌ର ରାଜ୍ୟ ଅଧ୍ୟକ୍ଷ ସିଦ୍ଦିକ୍‌ଉଲ୍ଲା ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନାଗରିକକତା ଆଇନ ନେଇ ଧମକ ଦେଇଛନ୍ତି। ଏହି ଆଇନ ତୁରନ୍ତ ପ୍ରତ୍ୟାହାର ନହେଲେ ଗୃହମନ୍ତ୍ରୀ ଅମିତ ଶାହ ଯଦି କେବେ କୋଲକାତାରେ ପାଦ ରଖନ୍ତି, ତା’ହେଲେ ବିମାନ ବନ୍ଦରରୁ ଆଉ ଫେରିପାରିବେ ନାହିଁ ବୋଲି ସିଦ୍ଦିକ୍‌ଉଲ୍ଲା ଧମକ ଦେଇଛନ୍ତି। ନାଗରିକତା ସଂଶୋଧନ ଆଇନ ମୁସ୍‌ଲିମଙ୍କ ବିରୋଧରେ ପ୍ରସ୍ତୁତ କରାଯାଇଥିବାରୁ ଏହାକୁ ଗ୍ରହଣ କରାଯିବ ନାହିଁ ଏବଂ ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ବାଧ୍ୟ ବୋଲି ସେ କହିଛନ୍ତି। ଯଦି ଅମିତ ଶାହ କୋଲକାତା ଆସିବେ ତା’ହେଲେ ଲକ୍ଷାଧିକ ଲୋକ ତାଙ୍କୁ ବିରୋଧ କରି ଘେରାଉ କରିବେ ଏବଂ ବିମାନ ବନ୍ଦରରୁ ସେ ବାହାରକୁ ଆଉ ଯାଇପାରିବେ ନାହିଁ ବୋଲି ସିଦ୍ଦିକ୍‌ଉଲ୍ଲା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe