ଜମ୍ମୁ-କାଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ସରପଞ୍ଚ ମୃତ

Advertisment
ଜମ୍ମୁ-କାଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ସରପଞ୍ଚ ମୃତ

Image Courtesy of Hindustan Times

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାଓଁ ଜିଲ୍ଲାର ଜଣେ ବିଜେପି ନେତା ତଥା ସ୍ଥାନୀୟ ସରପଞ୍ଚଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। କୁଲଗାଓଁର କ୍ବାଜିଗୁଣ୍ଡ ସରପଞ୍ଚ ସଜଦ୍‌ ଅହମ୍ମଦ ଖାଣ୍ଡେ ନିଜ ଘର ନିକଟରେ ଥିବାବେଳେ ଆଜି ଆତଙ୍କବାଦୀମାନେ ଗୁଳି କରି ତାଙ୍କୁ ହତ୍ୟା କରିଛନ୍ତି। ସରପଞ୍ଚ ସଜଦ୍‌ ମଧ୍ୟ କୁଲ୍‌ଗାଓଁ ଜିଲ୍ଲା ବିଜେପିର ଉପ ସଭାପତି ଥିଲେ।

ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ଗୁରୁତର ହୋ‌ଇ ପଡ଼ିଥିବା ସରପଞ୍ଚଙ୍କୁ ପ୍ରଥ‌ମେ ନିକଟସ୍ଥ ଅନନ୍ତନାଗ ଜିଲ୍ଲାର ଏକ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଅପରପକ୍ଷେ, ଆଉ ଜଣେ ବିଜେପି ସରପଞ୍ଚ ଅରିଫ୍‌ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିବାର ୪୮ ଘଣ୍ଟା ନ ପୂରୁଣୁ ସଜଦ୍‌ଙ୍କୁ ଗୁଳି କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe