ଜମ୍ମୁ ଓ କଶ୍ମୀର: ୨୪ ଘଣ୍ଟାରେ ୩ଟି ପୃଥକ୍‌ ଏନ୍‌କାଉଣ୍ଟର୍‌ରେ ୭ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀର: ୨୪ ଘଣ୍ଟାରେ ୩ଟି ପୃଥକ୍‌ ଏନ୍‌କାଉଣ୍ଟର୍‌ରେ ୭ ଆତଙ୍କବାଦୀ ନିହତ

Image Courtesy of Zee News

ଶ୍ରୀନଗର: ଗତ ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ଭାରତୀୟ ସେନା କଶ୍ମୀରର କୁପ୍‌ୱାରା, କୁଲ୍‌ଗାମ୍‌ ଏବଂ ପୁଲ୍‌ୱାମା ଜିଲ୍ଲାରେ ୩ଟି ପୃଥକ୍‌ ଆତଙ୍କବାଦୀ ନିରୋଧୀ ଅଭିଯାନରେ ୪ଜଣ ପାକିସ୍ତନୀ ସମେତ ୭ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ବୋଲି ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

କଶ୍ମୀର ପୁଲିସ ଇନ୍‌ପେକ୍ଟର୍‌ ଜେନେରାଲ୍‌ ବିଜୟ କୁମାର କହିଛନ୍ତି, ଯାତ୍ରା ଆତଙ୍କବାଦୀ-ନିରୋଧୀ ଅଭିଯାନ ତୀବ୍ରତର ହେବା ପୂର୍ବରୁ ୨୦ ଦିନ ମଧ୍ୟରେ ୨୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଗଲାଣି। ଏଯାବତ୍‌ କଶ୍ମୀର ଉପତ୍ୟକାରେ ୩୨ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ସମୁଦାୟ ୧୧୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।

publive-image Image Courtesy of The Economic Times

ଗତ ୨୪ ଘଣ୍ଟାରେ ନିପାତ ହୋଇଥିବା ଆତଙ୍କବାଦୀମାନଙ୍କ ବିଷୟରେ ସୂଚନା ଦେଇ ସେ କହିଛନ୍ତି, କୁପ୍‌ୱାରାର ଲୋଲାବ୍‌ ଏନ୍‌କାଉଣ୍ଟର୍‌ରେ ‘ଲଶ୍କର୍‌-ଏ-ତୈବା’ ସହିତ ସମ୍ପୃକ୍ତ ଥିବା ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆମେ ଏବେ ମଧ୍ୟ ସେ ଅଞ୍ଚଳରେ ତଲାସ ଚଳାଇଛୁ। ସେହିପରି କୁଲ୍‌ଗାମ୍‌ରେ ଜଣେ ‘ଲଶ୍କର୍‌’ ଏବଂ ଜଣେ ‘ଜୈଶ୍‌’ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲ୍‌ୱାମାରେ ମଧ୍ୟ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର ପୁଲିସ ସଂଗ୍ରହ କରିଥିବା ସୁନିର୍ଦ୍ଦିଷ୍ଟ୍‌ ସୂଚନାକୁ ଆଧାର କରି ସେନା ସହଯୋଗରେ ସବୁ ଅଭିଯାନ ଚାଲିଥିଲା।

କୁମାର ଆହୁରି ମଧ୍ୟ କହିଛନ୍ତି, ନିହତ ହୋଇଥିବା ୭ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୫ଜଣ ‘ଏଲ୍‌ଇଟି’ ସହିତ ସମ୍ପୃକ୍ତ ଥିବା ବେଳେ ଜଣେ ‘ଜଇେଏମ୍‌’ ସହିତ ସମ୍ପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ପାକିସ୍ତାନୀ ଓ ୩ଜଣ ଥିଲେ ସ୍ଥାନୀୟ ଆତଙ୍କବାଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe