www.hindustantimes.com
ଶ୍ରୀନଗର: ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଜମ୍ମୁ କଶ୍ମୀର ସ୍ୱାସ୍ଥ୍ୟ ଯୋଜନା ଘୋଷଣା କରିଛନ୍ତି, ଯାହାକ କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ବାର୍ଷିକ ୧୨୩ କୋଟି ଟଙ୍କା ବ୍ୟୟରେ ସର୍ବଭାରତୀୟ ସ୍ୱାସ୍ଥ୍ୟ ବୀମା ଯୋଗାଇବା ପାଇଁ ଉଦ୍ଦିଷ୍ଟ।
ଏହାର ଶୁଭାରମ୍ଭ ଅବସରରେ ଏହି ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ସଂପର୍କରେ ସିହ୍ନା କହନ୍ତି, ‘ଜମ୍ମୁ-କଶ୍ମୀର ବାସିନ୍ଦାମାନଙ୍କୁ ମାଗଣରେ ସ୍ବାସ୍ଥ୍ୟ ବୀମା ଯୋଗାଯିବ। ଏହି ଯୋଜନା କେବଳ ସେଇମାନଙ୍କ ପାଇଁ, ଯେଉଁମାନେ ବର୍ତ୍ତମାନ ଏବି-ପିଏମଜେଏୱାଇ କିମ୍ବା ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ନାହାଁନ୍ତି।’
ଏ ନେଇ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷାର ଆର୍ଥିକ କମିସନର ଅଟଳ ଦୁଲୁ କହିଛନ୍ତି ଯେ , ‘ଏହି ଯୋଜନାରେ ଜମ୍ମୁ-କଶ୍ମୀରର ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ସାମିଲ ହେବେ।’ ଏହି ସ୍ବାସ୍ଥ୍ୟ ସେବା ଏବି-ପିଏମଜେଏୱାଇ ଯୋଜନା ପରି ପରିବାର ପିଛା ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରିବ।
Kashmir Newsଆହୁରି ବି କୁହାଯାଇଛି ଯେ ଏହି ଯୋଜନାରେ ପ୍ରାୟ ୧୫ ଲକ୍ଷ ପରିବାର ଉପଲବ୍ଧ ହେବେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏବି-ପିଏମଜେଏୱାଇ ଯୋଜନାରେ ଏବେ ସୁଦ୍ଧା ୫.୯୭ ପରିବାର ସାମିଲ୍ ହୋଇଛନ୍ତି।
ଅଟଳ ଦୁଲୁ କହିଛନ୍ତି କି କର୍କଟ, କିଡନୀ ବିଫଳତା ଏବଂ କୋଭିଡ -୧୯ ଭଳି ଜୀବନ ନେଉଥିବା ରୋଗଗୁଡ଼ିକ ମଧ୍ୟ ଏହି ଯୋଜନା ଅଧୀନରେ ରହିଛି। ଏହି ଯୋଜନା ପାଇଁ ପରିବାରର ସଦସ୍ୟ ସଂଖ୍ୟା ଓ ବୟସକୁ ନେଇ କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ।
Follow Us