ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: କଂଗ୍ରେସ-ଏନ୍‌ସି ମେଣ୍ଟ

Advertisment
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: କଂଗ୍ରେସ-ଏନ୍‌ସି ମେଣ୍ଟ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବିଧାନସଭା ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ନ୍ୟାସନାଲ୍‌ କନ୍‌ଫରେନ୍‌ସ (ଏନ୍‌ସି) ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଛି। ଜମ୍ମୁ-କଶ୍ମୀରର ସମସ୍ତ ୯୦ଟି ଆସନ ନିମନ୍ତେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି ବୋଲି ଏନ୍‌ସି ଅଧ୍ୟକ୍ଷ ଅବଦୁଲ୍ଲା ସୂଚନା ଦେଇଛନ୍ତି। ଆଜି ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଘରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପହଞ୍ଚିଥିଲେ। ଉଭୟ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ପରେ ଫାରୁକ୍‌ ଅବଦୁଲ୍ଲା ଗଣମାଧ୍ୟମକୁ ସୂଚନା ଦେ କହିଛନ୍ତି, ସେମାନଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି। ମେଣ୍ଟ ସଠିକ ରାସ୍ତାରେ ରହିଛି। ଯଦି ଭଗବାନ ଚାହିଁବେ ତେବେ‌ ଆଗକୁ ସବୁ ଠିକ୍‌ହେବ। ୯୦ଟି ଆସନରେ ବୁଝାମଣା ପାଇଁ ସହମତି ହୋଇଥିବା ସେ କହିଛନ୍ତି।

ଅବଦୁଲ୍ଲା କହିଛନ୍ତି, ସିପିଆଇ-ଏମ୍‌ (ମହମ୍ମଦ ୟୁସୁଫ୍‌ ତାରିଗାମୀ) ମଧ୍ୟ ତାଙ୍କ ମେଣ୍ଟ ସହ ଅଛି। ଜମ୍ମୁ ଓ କଶ୍ମୀରର ରାଜ୍ୟମାନ୍ୟତା ନେଇ ମେଣ୍ଟର ଆଭିମୁଖ୍ୟ ସମ୍ପର୍କରେ ଅବଦୁଲ୍ଲା କହିଛନ୍ତି, ରାଜ୍ୟମାନ୍ୟତା ସେମାନଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ହୋଇଛି। ଏହି ରାଜ୍ୟ ଖରାପ ସମୟ ଦେଖିଛି। ଆମେ ଆଶା କରୁଛୁ ସମ୍ପୂର୍ଣ୍ଣ କ୍ଷମତା ସହ ଏହାର ରାଜ୍ୟପାହ୍ୟା ମିଳିବ। ଏଥିପାଇଁ ଆମେ ଇଣ୍ଡି-ମେଣ୍ଟ ସହ ଠିଆ ହୋଇଛୁ।

ସୂଚନାଯୋଗ୍ୟ, ଜମ୍ମୁ ଓ କଶ୍ମୀରର ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ମତଦାନ ସେପ୍ଟମ୍ବର ୧୮, ଦ୍ବିତୀୟଟି ସେପ୍ଟମ୍ବର ୨୫ ଓ ତୃତୀୟଟି ୧ ତାରିଖରେ ଅନୁଷ୍ଠିତ ହେବ। ଅକ୍ଟୋବର ୪ରେ ଫଳାଫଳ ଘୋଷିତ ହେବ। କଂଗ୍ରେସ-ଏନ୍‌ସି ମେଣ୍ଟ ଚୂଡ଼ାନ୍ତ ହେବା ପରେ ଏବେ ସମସ୍ତଙ୍କ ନଜର ମେହବୁବା ମୁଫ୍‌ତିଙ୍କ ପିଡିପି ଉପରେ ରହିଛି। ଅନ୍ୟପକ୍ଷରେ ବିଜେପିର ରଣନୀତି ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe