ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ୩୬ ବର୍ଷ ପରେ ଘରକୁ ଘର ବୁଲି ପ୍ରଚାର

Advertisment

୧୯୮୭ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକାରେ ସନ୍ଧ୍ୟା ପ୍ରଚାର ଓ ଘରକୁ ଘର ବୁଲି ପ୍ରଚାର ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ପହିଲା ମଧ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏଥର ଶାନ୍ତି ଓ ଆତଙ୍କ କମିବାର ଆଭାସ ଦେଖିବାକୁ ମିଳୁଛି।

୧୯୮୭ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକାରେ ସନ୍ଧ୍ୟା ପ୍ରଚାର ଓ ଘରକୁ ଘର ବୁଲି ପ୍ରଚାର ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ପହିଲା ମଧ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏଥର ଶାନ୍ତି ଓ ଆତଙ୍କ କମିବାର ଆଭାସ ଦେଖିବାକୁ ମିଳୁଛି।

tyyy

ଶ୍ରୀନଗର: ୧୯୮୭ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକାରେ ସନ୍ଧ୍ୟା ପ୍ରଚାର ଓ ଘରକୁ ଘର ବୁଲି ପ୍ରଚାର ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ପହିଲା ମଧ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏଥର ଶାନ୍ତି ଓ ଆତଙ୍କ କମିବାର ଆଭାସ ଦେଖିବାକୁ ମିଳୁଛି। ଏକଦା ପ୍ରାର୍ଥୀମାନଙ୍କୁ କଡ଼ା ସୁରକ୍ଷା ଭିତରେ ଦୂରରୁ ଭୋଟରଙ୍କୁ ସମ୍ବୋଧନ କରିବାକୁ ପଡ଼ୁଥିବା ବେଳେ ଏବେ ଘର ଘର ବୁଲି ପ୍ରଚାର ସମୟରେ ହାତ ମିଳାଉଛନ୍ତି, ସମର୍ଥକଙ୍କୁ ଆଲିଙ୍ଗନ କରୁଛନ୍ତି ଓ ଚା’ ପିଉଛନ୍ତି। ପୂର୍ବତନ ଏମ୍‌ଏଲସି ତଥା ଶ୍ରୀନଗରର ଇଦଗାହ ଆସନରୁ ପିଡିପି ପ୍ରାର୍ଥୀ ଖୁର୍ସିଦ ଆଲାମ ଏହି ପରିବର୍ତ୍ତନକୁ ପ୍ରଶଂସା କରିଛନ୍ତି। ପୂର୍ବରୁ ଆମେ ସୂର୍ଯ୍ୟାସ୍ତ ପୂର୍ବରୁ ଘରକୁ ଫେରୁଥିଲୁ। ସେତେବେଳେ ବିପଦ ଅଧିକ ଥିଲା। ଆଜିକାଲି ରାତି ୧୨ଟା ପର୍ଯ୍ୟନ୍ତ ପ୍ରଚାର ଚାଲିଛି ବୋଲି ଆଲାମ କହିଛନ୍ତି। ଏକଦା ଭୟଭୀତ ରହୁଥିବା ଲୋକମାନେ ଏବେ ଖୋଲାଖୋଲି ରାଜନେତାଙ୍କୁ ନିଜ ଘରେ ସ୍ୱାଗତ କରି ଚା’ ଓ ଆଶୀର୍ବାଦ ଦେଉଛନ୍ତି। ଗତ ୪୦ ବର୍ଷ ମଧ୍ୟରେ ଏହି ସ୍ତରର ସମ୍ପର୍କ ଅଭୂତପୂର୍ବ ବୋଲି ପୁଲୱାମା ରାଜପୋରାର ଗୁଲଜାର ଅହମଦ କହିଛନ୍ତି। ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ବାଧାମୁକ୍ତ ପ୍ରଚାର ଯୋଗୁଁ ମତଦାନ ବୃଦ୍ଧି ପାଇବ, ଯାହା ଉପତ୍ୟକାରେ ଗତ ୪୦ ବର୍ଷରେ ଅଧିକାଂଶ ସମୟ ଏକ ଅଙ୍କରେ ରହିଥିଲା। ଚଳିତ ଗ୍ରୀଷ୍ମ ଋତୁରେ ହୋଇଥିବା ଲୋକସଭା ନିର୍ବାଚନରେ ଶ୍ରୀନଗର ଆସନରେ ମତଦାନ ୪ ଦଶନ୍ଧିର ସର୍ବୋଚ୍ଚ ସ୍ତର ୩୮.୫%ରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା।

ଏହି ନିର୍ବାଚନର ଆଉ ଏକ ପ୍ରମୁଖ ଉପାଦାନ ହେଉଛି ନୂଆ ଚେହେରାଙ୍କ ଉପସ୍ଥିତି। ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ନିଷିଦ୍ଧ ଜମାତ-ଏ-ଇସଲାମି (ଜେଇଆଇ) ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୯୦ଟି ବିଧାନସଭା ଆସନରୁ ୭ଟିରେ ମଇଦାନକୁ ଓହ୍ଲାଇଛନ୍ତି। ଏଥିରେ ୨୦୧୩ରେ ଫାଶୀ ପାଇଥିବା ସଂସଦ ଆକ୍ରମଣର ଦୋଷୀ ମହମ୍ମଦ ଅଫଜଲ ଗୁରୁର ଭାଇ ଏଜାଜ ଅହମ୍ମଦ ଗୁରୁ ମଧ୍ୟ ଅଛନ୍ତି। ରୋଜଗାର ଓ ଯୁବ ଥଇଥାନ ଭଳି ସ୍ଥାନୀୟ ପ୍ରସଙ୍ଗ ଉପରେ ଜୋର ଦେଇ ଏଜାଜ ସୋପୋରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।

‘୩ ପରିବାର ଜମ୍ମୁ-କଶ୍ମୀରକୁ ବରବାଦ କରିଦେଲେ’

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜମ୍ମୁ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ଉଭୟ ରାଜ୍ୟରେ ରୢାଲି କରିଛନ୍ତି। ମୋଦୀ ଆଜି ଜମ୍ମୁ କଶ୍ମୀରର ଡୋଡ଼ାରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ବିରୋଧୀ ଦଳ କଂଗ୍ରେସ, ଏନ୍‌ସି (ନ୍ୟାସନାଲ କନଫରେନ୍ସ) ଏବଂ ପିଡିପି (ପିପୁଲ୍ସ ଡିମୋକ୍ରାଟିକ୍‌ ପାର୍ଟି) ଉପ‌ରେ ତୀବ୍ର ଆକ୍ରମଣ କରିଛନ୍ତି। ମୋଦୀ କହିଛନ୍ତି, ଉକ୍ତ ୩ ରାଜନୈତିକ ପରିବାର ସେମାନଙ୍କ ବଂଶବାଦ ରାଜନୀତି ଦ୍ବାରା ରାଜ୍ୟକୁ ନଷ୍ଟ କରିଦେଇଛନ୍ତି।  ମୋଦୀ କହିଛନ୍ତି, ଚଳିତ ଥରର ନିର୍ବାଚନ ହେଉଛି ୩ଟି ପରିବାର ବନାମ ଜମ୍ମୁ କଶ୍ମୀର ଯୁବଗୋଷ୍ଠୀଙ୍କ ମଧ୍ୟରେ ଲଢ଼େଇ। ଏହି ୩ ପରିବାର (ପିଡିପି-ଏନ୍‌ସି-କଂଗ୍ରେସ) ଜମ୍ମୁ କଶ୍ମୀର ଲୋକମାନଙ୍କ ପାଇଁ ଯେଉଁ ଅନ୍ୟାୟ କରିଛନ୍ତି, ତାହା କୌଣସି ବଡ଼ ପାପଠାରୁ କିଛି କମ୍‌ ନୁହେଁ।  ଏ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରରେ ପରିବାରବାଦ ଯୁବଗୋଷ୍ଠୀଙ୍କୁ ଆଗକୁ ବଢ଼ିବାକୁ ଦେଇନାହିଁ ଏବଂ ଏହି କାରଣ ପାଇଁ ୨୦୧୪ରେ ଆମେ  କ୍ଷମତାକୁ ଆସିବା‌ପରେ ମୁଁ ଜମ୍ମୁ କଶ୍ମୀରରେ  ଯୁବଗୋଷ୍ଠୀଙ୍କ ମଧ୍ୟରୁ ନୂଆ ‌ନେତୃତ୍ବ ବାଛିବାକୁ ‌ଚେଷ୍ଟା କରିଛୁ।  ଏହାପରେ ୨୦୧୮ରେ ଏଠାରେ ପଞ୍ଚାୟତ ନିର୍ବାଚନ ହେଲା ଏବଂ ୨୦୨୦ରେ ବିଡିସି ନିର୍ବାଚନ ହେଲା।  

ଏସବୁ ନିର୍ବାଚନ  ପାଇଁ ଗଣତନ୍ତ୍ର ଜମ୍ମୁ କଶ୍ମୀରରେ ତୃଣମୂଳ ସ୍ତରରେ ପହଞ୍ଚିଲା।  ମୋଦୀ  କହିଛନ୍ତି ଯେ ବଂଶବାଦ ରାଜନୀତି ନୂଆ ନେତୃତ୍ବକୁ ଆଗକୁ ବଢ଼ିବାକୁ ଦେଲାନାହିଁ ଏବଂ ଏହ ରାଜ୍ୟକୁ ଭିତରୁ ଖୋଳ କରିଦେଲା।  ମୋଦୀ କହିଛନ୍ତି, ଦେଶ ସ୍ବାଧୀନ ହେବାପରେ ଜମ୍ମୁ କଶ୍ମୀର ବିଦେଶ ଶକ୍ତିଙ୍କର ଟାର୍ଗେଟ୍‌ ହେଲା। ରାଜନୈତିକ ବଂଶବାଦ ପାଇଁ ଅନ୍ୟ କୌଣସି ଯୁବ ନେତୃତ୍ବଙ୍କୁ ସୁଯୋଗ ମିଳିଲାନି। ୟୁପିଏ ଶାସନ ସମୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି,  ମନେ ପକାନ୍ତୁ ଏକ ସମୟ ଥିଲା ଯେତେବେଳେ ସୂର୍ଯ୍ୟାସ୍ତ ‌ହେଲେ ଏଠାରେ ଅଘୋଷିତ କର୍ଫ୍ୟୁ ଜାରି ହେଉଥିଲା। ଏବେ ଆମେ ପରିସ୍ଥିତି ବଦଳାଇ ଦେଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe