ଜମ୍ମୁ ଓ କଶ୍ମୀର ପୌର ନିର୍ବାଚନ: ଭୋଟ୍‌ ଦେବା ପୂର୍ବରୁ ହୃଦ୍‌ଘାତରେ ପ୍ରାଣ ହରାଇଲେ ବିଜେପି ପ୍ରାର୍ଥୀ ଆଜାଦ୍‌ ସିଂହ ରାଜୁ

Advertisment
ଜମ୍ମୁ ଓ କଶ୍ମୀର ପୌର ନିର୍ବାଚନ: ଭୋଟ୍‌ ଦେବା ପୂର୍ବରୁ ହୃଦ୍‌ଘାତରେ ପ୍ରାଣ ହରାଇଲେ ବିଜେପି ପ୍ରାର୍ଥୀ ଆଜାଦ୍‌ ସିଂହ ରାଜୁ

ଶ୍ରୀନଗର: ବୁଧବାର ଦିନ ରମ୍ବନ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ପୌର ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ବେଳେ ବିଜେପି ପ୍ରାର୍ଥୀ ଆଜାଦ୍‌ ସିଂହ ରାଜୁ ନିଜର ଭୋଟ୍‌ ଦେବା ପୂର୍ବରୁ ହିଁ ହୃଦ୍‌ଘାତରେ ହିଁ ପ୍ରାଣ ହରାଇଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।

ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବିଭାଗର ପୂର୍ବତନ କର୍ମଚାରୀ ୬୨ ବର୍ଷିୟ ରାଜୁ ସ୍ଥାନୀୟ ବୁଥ୍‌ରେ ନିଜ ମତ ସାବ୍ୟସ୍ତ କରିବା ପୂର୍ବରୁ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ତୁରନ୍ତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ। ରମ୍ବନ ଜିଲ୍ଲାର ସାତଟି ପୌର ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ୨୪ ଜଣ ପ୍ରାର୍ଥୀମାନଙ୍କ ମଧ୍ୟରେ ଥିଲେ ଜଣେ।

ଜମ୍ମୁ ଓ କଶ୍ମୀରରେ ୨୬୩ ପୌର ଓ୍ଵାର୍ଡ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଗେଇ ଚାଲିଛି। ଏଥିରେ ଜମ୍ମୁ ଅଞ୍ଚଳର କିସ୍ତଓ୍ଵାର୍‌, ଦୋଦା, ରମ୍ବନ, ରେଆସି, ଉଦାମପୁର ଏବଂ କଠୁଆ ୨୧୪ଟି ଓ୍ଵାର୍ଡ ଅନ୍ତର୍ଭୁକ୍ତ। ସକାଳ ୬ଟାରେ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ଅପରାହ୍ଣ ୪ଟାରେ ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe