ଶ୍ରୀନଗର ଆକାଶରେ ପାକିସ୍ତାନ ଡ୍ରୋନ୍, ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ଶୁଣିଛନ୍ତି ବିସ୍ଫୋରଣ ଶବ୍ଦ

ଓମାର 1

Photograph: (sambad.in)

ଶ୍ରୀନଗର: ସୀମାରେ ପୁଣି ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ଶ୍ରୀନଗରେ ପାକିସ୍ତାନ ପଟୁ ଡ୍ରୋନ ଆକ୍ରମଣ ହୋଇଥିବା ସୂଚନା । ଶ୍ରୀନଗର ଲାଲଚୌକ ସହ ବିଭିନ୍ନ ସ୍ଥାନରେ ଡ୍ରୋନ ଆକ୍ରମଣ ହୋଇଥିବା ସୂଚନା ମିଳିଥିବା ବେଳେ ଖୋଦ୍ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ବିସ୍ଫୋରଣ ଶବ୍ଦ ଶୁଣିଥିବା କହିଛନ୍ତି ଏବଂ ଅସ୍ତ୍ରବିରତି ନେଇ ପ୍ରଶ୍ନ ଉଠାଇଛନ୍ତି । ଭାରତ-ପାକିସ୍ତାନ ଅସ୍ତ୍ରବିରତି ନେଇ ହୋଇଥିବା ସହମତି କୁଆଡେ ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଓମାର ।

ସେପଟେ ଶ୍ରୀନଗରରେ ୭୦ରୁ ଅଧିକ ଡ୍ରୋନ ଉଡୁଥିବା କୁହାଯାଉଥିବା ବେଳେ ପାକିସ୍ତାନ ଡ୍ରୋନ ଆକ୍ରମଣକୁ ପଣ୍ଡ କରିଛନ୍ତି ଭାରତୀୟ ଯବାନ ଆଉ ସମସ୍ତ ଡ୍ରୋନକୁ ଖାସାଇ ଦେଇଛନ୍ତି । ତେବେ ସୀମାରେ ଏବେ କୌଣସି ଗୁଳିମାଡ ହେଉନଥିବା ସେନା ସୂତ୍ରରୁ ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe