ଅପହୃତ ଜମ୍ମୁ ଓ କଶ୍ମୀର କନେଷ୍ଟବଳଙ୍କୁ ହତ୍ୟା କଲେ ଆତଙ୍କବାଦୀ; କୁଲ୍‌ଗାମ୍‌ରୁ ଶବ ଉଦ୍ଧାର

Advertisment
ଅପହୃତ ଜମ୍ମୁ ଓ କଶ୍ମୀର କନେଷ୍ଟବଳଙ୍କୁ ହତ୍ୟା କଲେ ଆତଙ୍କବାଦୀ; କୁଲ୍‌ଗାମ୍‌ରୁ ଶବ ଉଦ୍ଧାର

Image Courtesy of HT

ଶ୍ରୀନଗର: ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଶୋପିଆନ୍‌ରୁ ଅପହରଣ କରି ନେଇଥିବା ଜଣେ କନେଷ୍ଟବଳଙ୍କ ଶବ ଉଦ୍ଧାର କରାଯାଇଛି। ଶୋପିଆନ୍‌ ଅନ୍ତର୍ଗତ ବେହିଲ୍‌ ଗାଁ ନିବାସୀ କନେଷ୍ଟବଳ ଜାବେଦ୍‌ ଅହମଦ୍‌ ଦରଙ୍କୁ ଗୁରୁବାର ଦିନ ଏକ ସ୍ଥାନୀୟ ଔଷଧ ଦୋକାନରୁ ଅପହରଣ କରି ନିଆଯାଇଥିଲା।

ଆତଙ୍କବାଦୀମାନେ ଗୋଟିଏ ସେଣ୍ଟ୍ରାଲ୍‌ କାର୍‌ରେ ଅପହରଣ କରି ନେବା ସମୟରେ ଦର୍‌ ଡିୟୁଟିରେ ନ ଥିଲେ। ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ନିଆଯାଇଥିଲା।

ଦର୍‌ ନିରୁଦ୍ଦେଶ ହେବା ପରେ ପରେ ତଲାସ ଆରମ୍ଭ ହୋଇଥିଲା। ପୁଲିସ କନେଷ୍ଟବଳ ଦର୍‌ଙ୍କ ପରିବାରକୁ ମଧ୍ୟ ସୂଚନା ଦିଆ ଯାଇଥିଲା।
ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ୨୭ ବର୍ଷିୟ ଜାବେଦ୍‌ ଅହମଦ୍‌ ଦର୍‌ଙ୍କ ଶବ କୁଲ୍‌ଗାମ୍‌ର ପରିଓ୍ଵାନ୍‌ ଠାରେ ଦେଖିଥିବା କହୁଛନ୍ତି। କିନ୍ତୁ, ଏହାର ସତ୍ୟତା ଜାଣିବାକୁ ଅଧିକାରୀମାନେ ଉଦ୍ୟମ କରୁଥିବା କୁହାଯାଉଛି।

ରାତି ପ୍ରାୟ ୯ଟା ୩୦ ମିନିଟ୍‌ ସମୟରେ ଦର୍‌ ବେହିଲ୍‌ଙ୍କୁ ଚାତ୍‌ଓ୍ଵାତାନ୍‌ସ୍ଥିତ ତାଙ୍କ ଘର ପାଖରୁ ଅପହରଣ କରି ନିଆଯାଇଥିଲା। ପୂର୍ବତନ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଶାଲିନ୍ଦର୍‌ ମିଶ୍ରଙ୍କର ସେ ଥିଲେ ବ୍ୟକ୍ତିଗତ ନିରାପତ୍ତା ଅଧିକାରୀ।

ଜାମା ପିନ୍ଧି ନ ଥିବା ଦର୍‌ଙ୍କର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ସମ୍ଭବତଃ ଆତଙ୍କବାଦୀମାନେ ତାହା ଉତ୍ତୋଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe