ଗନ୍ଦରବଲରେ ସୁରକ୍ଷା ବଳ ଓ ଆତଙ୍କବାଦୀ ମଧ୍ୟରେ ଏନ୍‌କାଉଣ୍ଟର୍‌, ୨ ଆତଙ୍କବାଦୀ ନିହତ

ଗନ୍ଦରବଲରେ ସୁରକ୍ଷା ବଳ ଓ ଆତଙ୍କବାଦୀ ମଧ୍ୟରେ ଏନ୍‌କାଉଣ୍ଟର୍‌, ୨ ଆତଙ୍କବାଦୀ ନିହତ

Photo Credit: IANS

ଶ୍ରୀନଗର: ଜମ୍ମୁ-କଶ୍ମୀରର ଗନ୍ଦରବଲଠାରେ ସୁରକ୍ଷା ବଳ ଓ ଆତଙ୍କବାଦୀ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରେ ସେନାକୁ ବଡ଼ ସଫଳତା ମିଳିଛି। ସେନା ଦ୍ବାରା ହୋଇଥିବା ଏନ୍‌କାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ସଂପୃକ୍ତ ଅଞ୍ଚଳରେ ସର୍ଚ ଅପରେସନ ଜାରି ହୋଇଛି। ସକାଳ ପ୍ରାୟ ୭ଟା ସମୟରେ ସଂପୃକ୍ତ ଅଞ୍ଚଳରେ ଗୁଳି ଚାଳନା ଆରମ୍ଭ ହୋଇଛି।

ମଙ୍ଗଳବାର ସକାଳେ ଗନ୍ଦରବଲଠାରେ  ଆତଙ୍କବାଦୀ ଲୁଚି ରହିଥିବା  ଖବର ମିଳିବା ପରେ ସୁରକ୍ଷା ବଳ ସେଠାରେ ପହଞ୍ଚିକରି ଅଞ୍ଚଳକୁ ଘେରାଉ କରିବା ସହ ସର୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବଳ ଉପରେ ଗୁଳି ଚାଳନା କରିଥିଲେ। ଯଦିଓ ଏବେ ସୁଦ୍ଧା ୨ ଜଣ ଆତଙ୍କବାଦୀ ହିଁ ନିହତ ହୋଇଛନ୍ତି ମାତ୍ର ସଂପୃକ୍ତ ଅଞ୍ଚଳରେ ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିଲା ସୂଚନା ରହିଛି। ଏହି ଅପରେସନରରେ ଜଣେ ସେନା ଯବାନ ଆହତ ‌ହୋଇଛନ୍ତି।

ଏହି ଅପରେସନରେ ଆତଙ୍କବାଦୀଙ୍କ ନିକଟରୁ ମାରଣାସ୍ତ୍ର ଓ ଗୋଳା ବାରୁଦ ଆଦି ଜବତ ହୋଇଛି। ସୋମବାର ବୋନ୍ଦିପୋରାଠାରେ ହୋଇଥିବା ଏନ୍‌କାଉଣ୍ଟରରେ ଏସ୍କର-ଇ-ତୋଏବାର ୨ ଜଣ ଆତଙ୍କବାଦୀ ନିହତ ହେବା ପରେ ମଙ୍ଗଳବାର ତାହାର ପ୍ରତିଜବାବ ଦେବାକୁ ଆତଙ୍କବାଦୀମାନେ ଲୁଚି ରହିଥିଲେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe