ମାତା ବୈ‌ଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଏଣିକି ଏସବୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହେବ

Advertisment
ମାତା ବୈ‌ଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଏଣିକି ଏସବୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହେବ

ଜମ୍ମୁ-କଶ୍ମୀର: ସରକାର କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବୈଷ୍ଣୋଦେବୀ ତୀର୍ଥଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଜରିଆରେ ଭକ୍ତଙ୍କ ପ‌ାଇଁ ଭେଲିଡ ଓ ଭେରିଫାଇଡ ଆରଟି-ପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ ଅନିବାର୍ଯ୍ୟ ରହିଛି। କେବଳ ଏତିକି ନୁହେଁ, ଏହା ଯାତ୍ରୀମାନେ ଯାତ୍ରାର ୭୨ଘଣ୍ଟା ପୂର୍ବରୁ କରିଥିବା ଆବଶ୍ୟକ।

ଏହି ଆଦେଶରେ କୁହାଯାଇଛି ଯେ କୋଭିଡ ପ୍ରୋଟୋକଲକୁ କଡ଼ାକଡ଼ି ପାଳନ କରିବାକୁ ହେବ। କେବଳ ସେହି ଯାତ୍ରୀଙ୍କୁ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ କରିବାର ସୌଭାଗ୍ୟପ୍ରାପ୍ତି ହେବ, ଯେଉଁମାନଙ୍କ ଶରୀରରେ କରୋନା ସଂକ୍ରମଣର ଲକ୍ଷଣ ନଥିବ। ଏହା ବ୍ୟତୀତ ସରକାରଙ୍କ ଆଦେଶରେ କୁହାଯାଇଛି, ମନ୍ଦିରର ସଫାସୁତରା ପ୍ରତି ଧ୍ୟାନ ଦିଆଯିବ। ସମୟସମୟରେ ସାନିଟାଇଜ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe