ଜମ୍ମୁ-କାଶ୍ମୀରର ହସ୍ପିଟାଲଗୁଡ଼ିକରେ ହାଇଆଲର୍ଟ

ନିକଟରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରର ଡାକ୍ତରଖାନାଗୁଡ଼ିକ ଯେକୌଣସି ଡାକ୍ତରୀ ଜରୁରିକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଦକ୍ଷେପ ନେଇଛନ୍ତି।

dfdfdf

ଜମ୍ମୁ: ନିକଟରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରର ଡାକ୍ତରଖାନାଗୁଡ଼ିକ ଯେକୌଣସି ଡାକ୍ତରୀ ଜରୁରିକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଦକ୍ଷେପ ନେଇଛନ୍ତି। ଦୁଇଟି ସରକାରୀ ମେଡିକାଲ କଲେଜ- (ଗୋଟିଏ ଜମ୍ମୁର ଓ ଅନ୍ୟଟି ବାରମୁଲାର) ଆନୁଷ୍ଠାନିକ ପରାମର୍ଶ ଜାରି କରି କର୍ମଚାରୀମାନଙ୍କୁ ହାଇଆଲର୍ଟରେ ରହିବାକୁ କହିଛନ୍ତି।  ତେବେ ଜମ୍ମୁ ହସ୍ପିଟାଲ ଏହି ସର୍କୁଲାରକୁ ପୁଣି ସାମୟିକ ଭାବେ ପ୍ରତ୍ୟାହାର କରିନେଇଛି। 
ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁର ସରକାରୀ ମେଡିକାଲ କଲେଜ (ଜିଏମ୍‌ସି) ଏକ ସର୍କୁଲାର ଜାରି କରି ସମସ୍ତ ଡାକ୍ତରଖାନା କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲା। ଅତ୍ୟାବଶ୍ୟକ ଔଷଧ, ଜରୁରିକାଳୀନ ଚିକିତ୍ସା ଉପକରଣ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ମଧ୍ୟ ଷ୍ଟୋର କିପରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏଥିସହ କର୍ମଚାରୀଙ୍କୁ ଅନାବଶ୍ୟକ ଛୁଟିରୁ ଦୂରେଇ ରହିବା ସହ ହସ୍ପିଟାଲ ପରିସରରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ବିଳମ୍ବିତ ରାତି ସୁଦ୍ଧା ସତର୍କ ସୂଚନା ପ୍ରତ୍ୟାହାର କରାଯାଇଥିଲା। ଜିଏମ୍‌ସି ଜମ୍ମୁର ପ୍ରିନ୍ସିପାଲ ଓ ଡିନ୍ ଡାକ୍ତର ଆଶୁତୋଷ ଗୁପ୍ତାଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ଡାକ୍ତରଖାନା ଏହି ସର୍କୁଲାରକୁ ପ୍ରତ୍ୟାହାର କରିଛି। ପ୍ରତ୍ୟାହାର ବିଷୟରେ ଆନୁଷ୍ଠାନିକ ଭାବେ ବର୍ଣ୍ଣନା କରାଯାଇନାହିଁ। ସେପଟେ ସରକାରୀ ମେଡିକାଲ କଲେଜ ବାରମୁଲା ମଧ୍ୟ ସମାନ ଆଡଭାଇଜରି ଜାରି କରିଛି। ପ୍ରସ୍ତୁତି ପାଇଁ ବିଭାଗୀୟ ମୁଖ୍ୟମାନେ ନିଜ ନିଜ ଅଞ୍ଚଳର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରିକାଳୀନ ବିଭାଗ ଓ ରକ୍ତ ଭଣ୍ଡାର ଭଳି ଗୁରୁତ୍ବପୂର୍ଣ୍ଣ ୟୁନିଟ୍ ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ହସ୍ପିଟାଲର ସମସ୍ତ କର୍ମଚାରୀ, ବିଶେଷ କରି ରକ୍ତ ଭଣ୍ଡାର ଓ ଜରୁରିକାଳୀନ ବିଭାଗରେ ଥିବା କର୍ମଚାରୀମାନେ ହାଇ ଆଲର୍ଟରେ ରହିବା ସହ ଯେକୌଣସି ଜରୁରିକାଳୀନ ପରିସ୍ଥିତିରେ ତୁରନ୍ତ ଓ ଦକ୍ଷତାର ସହ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe