ଜମ୍ମୁ-କଶ୍ମୀରରେ ଅବସ୍ଥାପିତ ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ବସନ୍ତ ରଥ ନିଲମ୍ବିତ

Advertisment
ଜମ୍ମୁ-କଶ୍ମୀରରେ ଅବସ୍ଥାପିତ ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର: ଦୁର୍ବବ୍ୟହାର ଓ ଅସଦାଚରଣ ଅଭିଯୋଗରେ ଜମ୍ମୁ- କଶ୍ମୀରରେ ଅବସ୍ଥାପିତ ଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ବସନ୍ତ ରଥଙ୍କୁ ଆଜି (ବୁଧବାର) କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଅସଦାଚରଣ ଅଭିଯୋଗରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ମଙ୍ଗଳବାର ସନ୍ଧ୍ୟାରେ ସ୍ୱରଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ୨୦୦୦ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବସନ୍ତ ରଥଙ୍କୁ ଅବିଳମ୍ବେ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ତାଙ୍କୁ ଶ୍ରୀନଗରର ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଉଛି। ଏଥିସହ ଇନ୍‌ସପେକ୍ଟର ଜେନେରାଲ (ଆଇଜି), ସିଭିଲ୍‌ ଡିଫେନ୍‌ସ ଭାବରେ ନିଯୁକ୍ତ କରାଯାଇଥିବା ଆଇପିଏସ୍‌ ରଥଙ୍କୁ ଜମ୍ମୁ- କଶ୍ମୀର ପୁଲିସ ମହାନିର୍ଦ୍ଦେଶକଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ।

publive-image

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୦୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ବସନ୍ତ ରଥ ନିକଟରେ ଏକ ଚିଠି ଲେଖିବା ପରେ ବିବାଦୀୟ ହୋଇ ପଡ଼ିଥିଲେ। ଜୁନ୍‌ ୨୫ ତାରିଖରେ ଗାନ୍ଧୀନଗର ପୁଲିସ୍‌ ଥାନା ଅଧିକାରୀଙ୍କୁ ସମ୍ବୋଧିତ କରି ଆଇପିଏସ୍‌ ଅଧିକାରୀ ବସନ୍ତ ରଥ ଲେଖିଥିବା ପତ୍ରରେ ଜମ୍ମୁ- କଶ୍ମୀର ପୁଲିସ୍‌ ମୁଖ୍ୟଙ୍କ କିଛି କାର୍ଯ୍ୟକଳାପ ହେତୁ ସେ ତାଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ। ତେବେ, ଆଇପିଏସ୍‌ ଅଧିକାରୀ ବସନ୍ତ ରଥଙ୍କ ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏକ ଜମ୍ମୁ- କଶ୍ମୀର ପୁଲିସ୍‌ ପ୍ରଶସନ ମଧ୍ୟରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe