ନିଜ ଜୀବନକୁ ବାଜି ଲଗାଇ ଟ୍ରକ ଚାଳକଙ୍କ ଜୀବନ ରକ୍ଷା କଲେ ଦୁଇ ଯବାନ

Advertisment
ନିଜ ଜୀବନକୁ ବାଜି ଲଗାଇ ଟ୍ରକ ଚାଳକଙ୍କ ଜୀବନ ରକ୍ଷା କଲେ ଦୁଇ ଯବାନ

image source-navbharattimes

ଶ୍ରୀନଗର: ଅନେକ ସମୟରେ ବାୟୁସେନାରେ କାର୍ଯ୍ୟରତ ଯବାନମାନଙ୍କ ଲୋମଟାଙ୍କୁରା ସାହସିକ କଥା ଶୁଣିବାକୁ ମିଳିଥାଏ। ଏଭଳି ଏକ ଘଟଣା ଗତକାଲି ଜମ୍ମୁରେ ଦେଖିବାକୁ ମିଳିଛି । ଜମ୍ମୁ ଏୟାରବେସ ନିକଟରେ ଯାଉଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନିୟନ୍ତ୍ରଣ ହରାଇଥିବା ଏହି ଟ୍ରକଟି ନିକଟସ୍ଥ ଏକ କେନାଲକୁ ଖସିପଡ଼ିଥିଲା।

ଏହା ଦେଖି ବାୟୁସେନାର ଗରୁଡ କମାଣ୍ଡୋର ଜଣେ ଯବାନ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଟ୍ରକ ଚାଳକଙ୍କ ଜୀବନ ରକ୍ଷା କରିବା ପାଇଁ ଆଗଭର ହୋଇଥିଲେ ।ସେହି ଯବାନଜଣକ ଟ୍ରକ ଚାଳକଙ୍କୁ ସୁରକ୍ଷିତ ଭାବେ ବାହାର କରିବରରେ ବି ସକ୍ଷମ ହୋଇଥିଲେ ।

Image result for air force garud image source-outlook india

ଜମ୍ମୁ ଡିଫେନ୍ସର ଲୋକସଂପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭାରତୀୟ ବାୟୁସେନାର ଗରୁଡ କମାଣ୍ଡେ ମହିନ୍ଦର ଗୁରୁବାର ନିଜ ଆଖି ଆଗରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଟ୍ରକ ଚାଳକଙ୍କୁ ଏୟାରବେସ ସମ୍ମୁଖରୁ ଉଦ୍ଧାର କରିଛନ୍ତି । ଟ୍ରକ ଯେତେବେଳେ ଦୁର୍ଘଟଣାଗ୍ରସ୍ତ ହେଲା, ସେ ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ତଳକୁ ଡେଇଁ ଟ୍ରକ ଚାଳକଙ୍କ ଜୀବନ ରକ୍ଷା କରିଥିଲେ । ମହୀନ୍ଦରଙ୍କ ଭଳି ଅନ୍ୟ ଜଣେ କମାଣ୍ଡେ ପଲ୍ଲବ ବି ଡେଇଁଥିଲେ । ସେ କ୍ୟାବିନ ଭିତରେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ସେ କାହାରିକୁ ପାଇପାରି ନ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe