Image Courtesy of Zee News
ଶ୍ରୀନଗର: ଗୁରୁବାର ପ୍ରତ୍ୟୁଷରେ ଦକ୍ଷିଣ କଶ୍ମୀର ଅଞ୍ଚଳର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ଚିତ୍ରଗାମ୍ ଗାଆଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।
ଟୁଇଟ୍ କରି କଶ୍ମୀର ଜୋନ୍ ପୁଲିସ ଲେଖିଛି: ଶୋପିଆଁର କଶୱା ଜିଲ୍ଲାରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଛି। ପୁଲିସ ଓ ନିରାପତ୍ତା ବଳ ଅଭିଯାନ ଚଳାଇଛନ୍ତି। ପଛକୁ ପଛ ସବିଶେଷ ବିବରଣୀ ଜାରି କରାଯିବ।
ଜଣେ ଶୀର୍ଷସ୍ତରୀୟ ନିରାପତ୍ତା ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ଗୁଳିବିନିମୟ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।
Image Courtesy of India TV Newsଉପରୋକ୍ତ ଗାଁରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନା ଓ ‘ସିଆର୍ପିଏଫ୍’ ମିଳିତ ଭାବେ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ଆରମ୍ଭ କରିଥିଲା ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ମିଳିତ ତଲାସକାରୀ ଦଳ ସନ୍ଦିଗ୍ଧ ସ୍ଥାନକୁ ବେଢ଼ିଯିବା ପରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ତଲାସକାରୀ ଦଳ ପାଲଟା ଗୁଳି ଚାଳନା କରିବାରୁ ‘ଏନ୍କାଉଣ୍ଟର୍’ର ସୂତ୍ରପାତ ହୋଇଥିଲା।
ପୁଲିସସୂତ୍ରରୁ ମଧ୍ୟ ସୂଚନା ମିଳିଛି ଯେ, କର୍ଡନ୍ ହୋଇଥିବା ସ୍ଥାନରେ ଦୁଇ/ତିନିଜଣ ଆତଙ୍କବାଦୀ ଫସି ରହିଛନ୍ତି। କିନ୍ତୁ, ଅଭିଯାନ ଶେଷ ପରେ ଆତଙ୍କବାଦୀମାନଙ୍କ ବାସ୍ତବ ସଂଖ୍ୟା ବିଷୟରେ ଜଣାପଡ଼ିବ।
Follow Us