ଗୁଳି ବିନିମୟ ସମୟରେ ସୀମାରେ ଆତଙ୍କବାଦୀ ନିପାତ, ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ

Advertisment
ଗୁଳି ବିନିମୟ ସମୟରେ ସୀମାରେ ଆତଙ୍କବାଦୀ ନିପାତ, ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ

(Photo Credits: ANI)

ବନ୍ଦିପୋରା: ଜମ୍ମୁ-କଶ୍ମୀରର ବନ୍ଦିପୋରାଠାରେ ରବିବାର ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ଭିତରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି। ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରବିବାର ଅପରହ୍ନରେ ହୋଇଥିବା ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛି। ତେବେ, ମୃତକ ଆତଙ୍କବାଦୀର ଏପର୍ଯ୍ୟନ୍ତ ପରିଚୟ ମିଳିନାହିଁ।

ସଂପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ ହେଉଥିବା ସର୍ଚ୍ଚ ଅପରେସସନ ଏବେ ବି ଜାରି ରହିଛି। ଏହି ଗୁଳି ବିନିମୟରେ କେହି ହେଲେ ସୁରକ୍ଷା କର୍ମୀ ଆହତ ହୋଇନଥିବା ସୂଚନା ରହିଛି। ଭାରତୀୟ ସେନା, ସ୍ପେସିଆଲ୍‌ ଅପରେସନ ଟିମ୍‌(ଏସ୍‌ଓଜି) ଏବଂ ସିଆର୍‌ପିଏଫ୍‌ ପକ୍ଷରୁ ହୋଇଥିବା ଏକ ମିଳିତ ଅପରେସନରେ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯିବା ପରେ ଆତଙ୍କବାଦୀଙ୍କ ପକ୍ଷରୁ ବି ଗୁଳି ଚାଳନା ହୋଇଥିଲା। ଦୀର୍ଘ ସମୟ ଧରି ଏପରି ଗୁଳିଚାଳନା ହେବା ପରେ ଭାରତୀୟ ଯବାନଙ୍କୁ ଗୁଳିରେ ଆତଙ୍କବାଦୀ ଜଣକ ଟଳି ପଡ଼ିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe