ଜମ୍ମୁ-କଶ୍ମୀରର ଅଖନୁରରେ ଉଡୁଥିବା ଡ୍ରୋନକୁ ଗୁଳି କରି ଖସାଇଲା ପୁଲିସ, ୫କିଲୋଗ୍ରାମ ଆଇଇଡି ଜବତ

ଜମ୍ମୁ-କଶ୍ମୀରର ଅଖନୁରରେ ଉଡୁଥିବା ଡ୍ରୋନକୁ ଗୁଳି କରି ଖସାଇଲା ପୁଲିସ, ୫କିଲୋଗ୍ରାମ ଆଇଇଡି ଜବତ

indiatoday.in

ଜମ୍ମୁ: ଜମ୍ମୁ ଜିଲ୍ଲାର ଅଖନୁର ଅଞ୍ଚଳରେ ପୁଣି ଉଡ଼ିଲା ଡ୍ରୋନ୍ | ଆଜି ଜମ୍ମୁ-କଶ୍ମୀର ପୁଲିସ ଡ୍ରୋନ ଉଡ଼ୁଥିବାର ଦେଖି ତାକୁ ତୁରନ୍ତ ଗୁଳି କରି ଖସାଇ ଦେଇଥିବା ଜଣାପଡିଛି | ଅନ୍ତର୍ଜାତୀୟ ସୀମାର ୮କିଲୋମିଟର ଭିତରେ ଡ୍ରୋନ୍ ଉଡ଼ୁଥିଲା ବୋଲି କହିଛି ପୁଲିସ |

ଡ୍ରୋନ୍ ତଳକୁ ଖସିବା ପରେ ସେଥିରୁ ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହାର କରାଯିବାକୁ ଥିବା ୫ କିଲୋଗ୍ରାମ (ଆଇଇଡି)କୁ ଜବତ କରିଛି ପୁଲିସ | ଡ୍ରୋନ୍ କାର୍ଯ୍ୟକଳାପ ପଛରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଇବା ଅଛି କି ନାହିଁ ଏବଂ ପୂର୍ବ ପରି ଆତଙ୍କବାଦୀ ଆକ୍ରମଣ ପାଇଁ ଏହି ସଂଗଠନ ଯୋଜନା କରୁଛି କି ନାହିଁ ବୋଲି ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି |

ଜମ୍ମୁରେ କିମ୍ବା ଆନ୍ତର୍ଜାତୀୟ ସୀମା ନିକଟରେ ଏଭଳି ଡ୍ରୋନ୍ ଉଡ଼ିବା ଘଟଣା ପ୍ରଥମ ନୁହେଁ, ଜୁନ୍ ୨୭ରେ ଜମ୍ମୁ ଏୟାରବେସରେ ଦୁଇଟି ଡ୍ରୋନ୍ ବିସ୍ଫୋରଣ ଘଟାଇବା ପରେ ଗତ ଏକ ମାସ ମଧ୍ୟରେ ଜମ୍ମୁର ଏକାଧିକ ସ୍ଥାନରେ ଅନେକ ଡ୍ରୋନ୍ ନଜର ଆସିଛନ୍ତି, ଯାହା ଡ୍ରୋନ୍ ଆକ୍ରମଣର ଆଶଙ୍କା ବଢ଼ାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe