ଜମ୍ମୁ-କାଶ୍ମୀର ରାଜ୍ୟସଭା ନିର୍ବାଚନ: ୩ ଆସନରେ ଏନ୍‌ସି ବିଜୟୀ, ବିଜେପିକୁ ୧

ଜମ୍ମୁ କାଶ୍ମୀରର ୪ଟି ରାଜ୍ୟସଭା ଆସନ ପାଇଁ  ଆଜି ହୋଇଥିବା ନିର୍ବାଚନରେ  ଶାସକ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି)କୁ ବଡ଼ ସଫଳତା ମିଳିଛି।  ତିନୋଟି ଆସନରେ ଏନ୍‌ସି ବିଜୟୀ ହୋଇଥିବା  ବେଳେ ଚତୁର୍ଥ  ଆସନ ବିଜେପିକୁ ଯାଇଛି।

sfsffsxcxc

ଶ୍ରୀନଗର: ଜମ୍ମୁ କାଶ୍ମୀରର ୪ଟି ରାଜ୍ୟସଭା ଆସନ ପାଇଁ  ଆଜି ହୋଇଥିବା ନିର୍ବାଚନରେ  ଶାସକ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି)କୁ ବଡ଼ ସଫଳତା ମିଳିଛି।  ତିନୋଟି ଆସନରେ ଏନ୍‌ସି ବିଜୟୀ ହୋଇଥିବା  ବେଳେ ଚତୁର୍ଥ  ଆସନ ବିଜେପିକୁ ଯାଇଛି। ଏନ୍‌ସି ଏକ ବିବୃତିରେ କହିଛି ଯେ ଚୌଧୁରୀ ମହମ୍ମଦ ରମଜାନଙ୍କୁ ପ୍ରଥମ ଆସନରେ ଏବଂ  ସଜ୍ଜାଦ କିଚଲୁଙ୍କୁ ଦ୍ୱିତୀୟ ଆସନରେ  ବିଜେତା ଘୋଷଣା କରାଯାଇଛି। ଚୌଧୁରୀ ୫୮ଟି ଭୋଟ୍ ପାଇଥିବା ‌ବେଳେ କିଚଲୁଙ୍କୁ ୫୭ଟି ଭୋଟ୍‌ ମିଳିଛି। ତୃତୀୟ ଆସନରେ  ଏନ୍‌ସି କୋଷାଧ୍ୟକ୍ଷ ଜିଏସ୍‌ ଓବରୟ ବିଜୟୀ ହୋଇଛନ୍ତି। ଚତୁର୍ଥ ଆସନରେ ବିଜେପି ନେତା ସତ୍ ଶର୍ମାଙ୍କୁ ବିଜୟ ମିଳିଛି। ଶର୍ମା ଏନ୍‌ସିର ଇମ୍ରାନ ନବୀ ଦାର୍‌ଙ୍କୁ  ପରାସ୍ତ କରି ଚତୁର୍ଥ ରାଜ୍ୟସଭା ଆସନରେ  ବିଜୟୀ ହୋଇଛନ୍ତି।  ସତ୍ ଶର୍ମା ୩୨ଟି ଭୋଟ୍ ପାଇଥିବା ବେଳେ ଏନ୍‌ସି ପ୍ରାର୍ଥୀଙ୍କୁ ୨୨ଟି ଭୋଟ୍‌ ମିଳିଥିଲା।   ଶର୍ମା ଜମ୍ମୁ କାଶ୍ମୀର ବିଜେପିର ସଭାପତି ଅଟନ୍ତି।

ସୂଚନାଯୋଗ୍ୟ, ଚାରୋଟି ରାଜ୍ୟସଭା ଆସନ ପାଇଁ ସାତ ଜଣ ପ୍ରାର୍ଥୀ ମୈଦାନରେ ଥିଲେ। ସେମାନଙ୍କ ମଧ୍ୟରୁ ଚାରିଜଣ ଏନ୍‌ସିର ଏବଂ ତିନିଜଣ ବିଜେପିର। ଏନ୍‌ସିକୁ ପିଡିପି ଏବଂ କଂଗ୍ରେସର ସମର୍ଥନ ରହିଥିବାରୁ ଏହା ୩ଟି ଆସନ ସୁରୁଖୁରୁରେ ହାସଲ କରିବାକୁ ସକ୍ଷମ ହୋଇଛି। ସମସ୍ତ ଦଳ ହ୍ୱିପ୍ ଜାରି କରି ସମସ୍ତ ସଦସ୍ୟଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ। ଆଜି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା ଏବଂ ସନ୍ଧ୍ୟା ୫ଟା ପରେ ଫଳାଫଳ ଘୋଷଣା ହୋଇଛି। ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ୧୦ ବର୍ଷ ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି, ଯାହା ୨୦୧୯ ପରେ ପ୍ରଥମ ରାଜ୍ୟସଭା ନିର୍ବାଚନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe