ଜମ୍ମୁ କଶ୍ମୀରକୁ ରାଜ୍ୟପା‌ହ୍ୟା ଆବେଦନର ଜରୁରୀ ଶୁଣାଣି ହେବ

Advertisment

ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜମ୍ମୁ କଶ୍ମୀରର ରାଜ୍ୟପାହ୍ୟା ଫେରାଇ ଦେବାପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଜରୁରୀ ଶୁଣାଣି ପାଇଁ ଆଜି କୋର୍ଟ ରାଜି ହୋଇଛନ୍ତି।

ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜମ୍ମୁ କଶ୍ମୀରର ରାଜ୍ୟପାହ୍ୟା ଫେରାଇ ଦେବାପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଜରୁରୀ ଶୁଣାଣି ପାଇଁ ଆଜି କୋର୍ଟ ରାଜି ହୋଇଛନ୍ତି।

supreme court1

ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜମ୍ମୁ କଶ୍ମୀରର ରାଜ୍ୟପାହ୍ୟା ଫେରାଇ ଦେବାପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଜରୁରୀ ଶୁଣାଣି ପାଇଁ ଆଜି କୋର୍ଟ ରାଜି ହୋଇଛନ୍ତି।  ଆବେଦନକାରୀଙ୍କୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ଆଜି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜେବି ପାର୍ଦ୍ଦିୱାଲା ‌ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠଙ୍କ ନିକଟରେ ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଅନୁରୋଧ କରିଥିଲେ।

ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ତାଙ୍କ ଅନୁରୋଧ ରଖିଛନ୍ତି ଏବଂ ମାମଲାର ତ୍ବରିତ ଶୁଣାଣି ପାଇଁ ରାଜି ହୋଇଛନ୍ତି।  ଜମ୍ମୁ କଶ୍ମୀରର ଜଣେ ଶିକ୍ଷାବିତ୍‌ ଜହୁର ଅହମଦ ଭଟ୍ଟ ଏବଂ ସାମାଜିକ  କାର୍ଯ୍ୟକର୍ତ୍ତା ଖୁର୍‌ଶେଦଙ୍କ ଦ୍ବାରା ଏହ‌ି ଆବେଦନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୩ ଡିସେମ୍ବରରେ ସୁପ୍ରିମକୋର୍ଟ  ଧାରା ୩୭୦ ଉଚ୍ଛେଦକୁ କାଏମ ରଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe