କଶ୍ମୀରରେ ଉପୁଜିଲାଣି ୧୯୯୦ ମସିହା ଭଳି ପରିସ୍ଥିତି, କାଲିଠୁ ପଳାୟନ ଆରମ୍ଭ କରିବେ କଶ୍ମୀରୀ ପଣ୍ଡିତ

କଶ୍ମୀରରେ ଉପୁଜିଲାଣି ୧୯୯୦ ମସିହା ଭଳି ପରିସ୍ଥିତି, କାଲିଠୁ ପଳାୟନ ଆରମ୍ଭ କରିବେ କଶ୍ମୀରୀ ପଣ୍ଡିତ

ଶ୍ରୀନଗର: କଶ୍ମୀରରେ ଟା‌ର୍ଗେଟ କିଲିଂ ନେଇ ବଢ଼ିଲାଣି ସରକାରଙ୍କ ଚିନ୍ତା। ୫ମାସ ମଧ୍ୟରେ ଏକାଧିକ ହିନ୍ଦୁ ବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରାଯାଇଛି। ଟା‌ର୍ଗେଟ କିଲିଂକୁ ନେଇ କଶ୍ମୀରରେ ରହୁଥିବା ହିନ୍ଦୁମାନଙ୍କ ମନରେ ଛନକା ପଶିଛି। ଭୟଭୀତ ହୋଇ ପୁଣି ଥରେ କଶ୍ମୀର ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି କଶ୍ମୀରୀ ପଣ୍ଡିତ। ଗୁରୁବାର ଦିନ ଆତଙ୍କବାଦୀମାନେ ହିନ୍ଦୁ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିବା ପରେ କଶ୍ମୀରୀ ପଣ୍ଡିତମାନେ କଶ୍ମୀର ଛାଡ଼ିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି (ଜୁନ୍ ୩)ରେ କଶ୍ମୀରୀ ପଣ୍ଡିତମାନେ ଏକାସାଙ୍ଗରେ କଶ୍ମୀର ଛାଡ଼ିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଟା‌ର୍ଗେଟ କିଲିଂକୁ ନେଇ ଗୁରୁବାରଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏକ ଜରୁରି ବୈଠକ କରିଛନ୍ତି । ବୈଠକରେ କଶ୍ମୀର ଉପତ୍ୟାକାର ସୁରକ୍ଷା ସ୍ଥିତି ସଂପର୍କରେ ଆଲୋଚନା କରାଯାଇଛି । ଆସନ୍ତା କାଲି ଅମିତ ଶାହା ଜମ୍ମୁ ଓ କଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଓ ଭାରତର ବାହ୍ୟ ଗୁଇନ୍ଦା ଏଜେନ୍ସି ର’ ମୁଖ୍ୟ ସାମନ୍ତ ଗୋଏଲଙ୍କୁ ଭେଟି ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏହା ପରେ ଆସନ୍ତା କାଲି ସରକାର ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଏକ ବଡ଼ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ।

ଏସବୁ ଆକ୍ରମଣ ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଷଡ଼ଯନ୍ତ୍ର ଥିବା ସଂଦେହ କରାଯାଉଥିବାରୁ ତାହାର ମୁକାବିଲା ପାଇଁ ସରକାର ରଣକୌଶଳ ପ୍ରସ୍ତୁତ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe