ଜମ୍ମୁ ଓ କଶ୍ମୀର: ଅନନ୍ତନାଗରେ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା କଲେ ଆତଙ୍କବାଦୀ

Advertisment
ଜମ୍ମୁ ଓ କଶ୍ମୀର: ଅନନ୍ତନାଗରେ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଗୁରୁବାର ଦିନ ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଦକ୍ଷିଣ କଶ୍ମୀରର ବିଜବେହାରାସ୍ଥିତ ବାସଭବନରେ ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ (ଏସ୍‌ପିଓ) ଆତଙ୍କବାଦୀମାନେ ଗୁଳିମାରି ହତ୍ୟା କରିଛନ୍ତି।

ଜଣେ ଅଧିକାରୀ କହିଛନ୍ତି; ସଙ୍ଗମ୍‌ ଠାରେ ମୁତୟନ ହୋଇଥିବା ସ୍ୱତନ୍ତ୍ର ପୁଲିସ ଅଧିକାରୀ ମୁସ୍ତାକ୍‌ ଅହମଦ୍‌ ଶେଖ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ତାଙ୍କ ପତ୍ନୀ ଫରୀଦା ଲହୁଲୁହାଣ ହୋଇଛନ୍ତି।

ଚିକିତ୍ସା ପାଇଁ ଫରୀଦାଙ୍କୁ ଡାକ୍ତରଖାନାକୁ ନିଆ ଯାଇଛି। ବିଳମ୍ବିତ ସନ୍ଧ୍ୟାରେ କାତ୍‌ସୁ ଗାଁ’ରେ ଏହି ଘଟଣା ଘଟିବା ପରେ ନିରାପତ୍ତା ବଳର ଏକ ମିଳିତ ଦଳ ଆତତାୟୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିବା କଥା ଅଧିକାରୀଜଣକ କହିଛନ୍ତି।

publive-image

ଅନ୍ୟ ଏକ ଘଟଣାରେ, ରାତି ପ୍ରାୟ ସାଢ଼େ ଆଠଟା ବେଳେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆନ୍‌ ଜିଲ୍ଲାର ଆହଗାମ୍‌ ଅଞ୍ଚଳରେ ସେନାବହିନୀର ଏକ ପାଟ୍ରୋଲିଙ୍ଗ୍‌ ଦଳ ଉପରେ ଆକ୍ରମଣ କରିଛନ୍ତି।

ଦ୍ୱିତୀୟ ଘଟଣା ସଂକ୍ରାନ୍ତରେ ସବିଶେଷ ବିବରଣୀ ଗଣମାଧ୍ୟମ ଆଗରେ କୁହାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe