ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ୨ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କଲେ ସୁରକ୍ଷା ବାହିନୀ ଯବାନ

ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ୨ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କଲେ ସୁରକ୍ଷା ବାହିନୀ ଯବାନ

କୁପ୍‌ଓ୍ଵାରା (ଜମ୍ମୁ- କଶ୍ମୀର): ଦୁଇ ପାକିସ୍ତାନୀ ଆତଙ୍କବାଦୀ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ସୀମା ଅତିକ୍ରମ କରି ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ବାହିନୀର ଯବାନମାନେ ସେମାନଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି ଜମ୍ମୁର କୁପ୍‌ଓ୍ଵାରା ଜିଲ୍ଲା ଅର୍ନ୍ତଗତ କିରେନ୍‌ ସେକ୍ଟର ଅଞ୍ଚଳରେ। ମୃତ ଆତଙ୍କବାଦୀମାନଙ୍କ ନିକଟରୁ ସେନା ବାହିନୀର ଯବାନମାନେ ବିପୁଳ ପରିମାଣରେ ମାରଣାସ୍ତ୍ରକୁ ମଧ୍ୟ ଜବତ କରିଛନ୍ତି। ଏହି ଘଟଣାପରେ ସଂପୃକ୍ତ ଅଞ୍ଚଳକୁ ସୁରକ୍ଷା ବାହିନୀ ପକ୍ଷରୁ ସିଲ୍‌ କରି ଦିଆଯିବା ସହ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି।


କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର ପ୍ରାୟ ୧୬୦ ଜଣ ତାଲିମ୍‌ପ୍ରାପ୍ତ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଭାରତ ସୀମା ମଧ୍ୟକୁ ପ୍ରବେଶ କରିବା ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି ବୋଲି ସେନା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସୀମାରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଥିବା ସେନା ବାହିନୀର ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe