‘ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଓ ରହିବ’

ଶାନ୍ତିରକ୍ଷା ସମ୍ପର୍କିତ ଜାତିସଂଘ ଅଧିବେଶନରେ ଜମ୍ମୁ-କଶ୍ମୀର ବିଷୟରେ ମିଥ୍ୟା ତଥ୍ୟା ରଖି ପାକିସ୍ତାନ ବିଭ୍ରାନ୍ତ ସୃଷ୍ଟି କରିବାକୁ ପ୍ରୟାସ କରିବାରୁ ଭାରତ ଏହାର କଡ଼ା ଜବାବ ଦେଇଛି। ସାଂସଦ ତଥା ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଜାତିସଂଘରେ ଭାରତର ପ୍ରତିନିଧିତ୍ବ କରି....

adadadd

ନୂଆଦିଲ୍ଲୀ: ଶାନ୍ତିରକ୍ଷା ସମ୍ପର୍କିତ ଜାତିସଂଘ ଅଧିବେଶନରେ ଜମ୍ମୁ-କଶ୍ମୀର ବିଷୟରେ ମିଥ୍ୟା ତଥ୍ୟା ରଖି ପାକିସ୍ତାନ ବିଭ୍ରାନ୍ତ ସୃଷ୍ଟି କରିବାକୁ ପ୍ରୟାସ କରିବାରୁ ଭାରତ ଏହାର କଡ଼ା ଜବାବ ଦେଇଛି। ସାଂସଦ ତଥା ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଜାତିସଂଘରେ ଭାରତର ପ୍ରତିନିଧିତ୍ବ କରି ପାକିସ୍ତାନର ଆଚରଣରେ ତୀବ୍ର ଆପତ୍ତି ଉଠାଇଛନ୍ତି। ଜାତିସଂଘ ଅଧିବେଶନରେ ଭାଷଣ ଦେବା ବେଳେ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଓ ରହିବ ବୋଲି ସେ ପ୍ରକାଶ କରିଛନ୍ତି। 

ଜାତିସଂଘ ଅଧିବେଶନରେ ପାକିସ୍ତାନକୁ କଡ଼ା ସମାଲୋଚନା କଲେ ସୁଧାଂଶୁ ତ୍ରିବେଦୀ

ପାକିସ୍ତାନର ପ୍ରତିନିଧି ଜାତିସଂଘ ଶାନ୍ତିରକ୍ଷା ପ୍ରସଙ୍ଗରେ ବକ୍ତବ୍ୟ ରଖି ୧୯୪୮ ମସିହାରେ ଜାତିସଂଘ ଜମ୍ମୁ-କଶ୍ମୀରକୁ ଏକ ବିବାଦୀୟ ଅଞ୍ଚଳ ଭାବେ ଉପସ୍ଥାପନ କରିଥିଲା ବୋଲି କହିବାକୁ ଚେଷ୍ଟା କରିଥିଲେ। ଏହି ମନ୍ତବ୍ୟ ଉପରେ ତୀବ୍ର ଆପତ୍ତି ଉଠାଇ ତ୍ରିବେଦୀ ତୁରନ୍ତ ଆର୍‌ଓଆର୍‌ (ରାଇଟ୍ ଅଫ୍ ରିପ୍ଲାଇ)ର ବିକଳ୍ପ ବ୍ୟବହାର କରିଥିଲେ ଏବଂ ଦୃଢ଼ତାର ସହ କହିଥିଲେ ଯେ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଓ ରହିବ। ତ୍ରିବେଦୀ ତାଙ୍କ ଭାଷଣରେ କହିଛନ୍ତି, ଜମ୍ମୁ-କଶ୍ମୀରବାସୀ ନିକଟରେ ନିଜର ଗଣତାନ୍ତ୍ରିକ ଓ ନିର୍ବାଚନୀ ଅଧିକାରର ପ୍ରୟୋଗ କରି ନୂଆ ସରକାର ଗଠନ କରିଛନ୍ତି। ପାକିସ୍ତାନ ଏଭଳି ବୟାନବାଜି ଓ ମିଥ୍ୟାରୁ ଦୂରେଇ ରହିବା ଉଚିତ, କାରଣ ଏହା ତଥ୍ୟକୁ ବଦଳାଇ ପାରିବ ନାହିଁ। 

ତ୍ରିବେଦୀ ବିଭିନ୍ନ ରାଜନୈତିକ ଦଳର ସାଂସଦଙ୍କ ସହ ଭାରତୀୟ ସଂସଦୀୟ ପ୍ରତିନିଧି ଦଳରେ ସାମିଲ ହୋଇ ନ୍ୟୁୟର୍କରେ ଥିବା ଜାତିସଂଘ ମୁଖ୍ୟାଳୟ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଜାତିସଂଘର ବିଭିନ୍ନ ସଂସ୍ଥାର ନେତୃତ୍ବ ସହ ଆଲୋଚନା କରିଥିଲେ। ସେଗୁଡ଼ିକ ମଧ୍ୟରେ ଜାତିସଂଘ ଆତଙ୍କବାଦ ନିରୋଧୀ ନିର୍ଦ୍ଦେଶକଙ୍କ ସହ ଆଲୋଚନା, ଜାତିସଂଘ ଶାନ୍ତିରକ୍ଷା ଅଭିଯାନ ଉପରେ ବକ୍ତବ୍ୟ ରଖିବା, ଜାତିସଂଘକୁ ଭାରତର ପାଣ୍ଠିରୁ ଉପକୃତ ହୋଇଥିବା ବିଭିନ୍ନ ଦେଶର ସ୍ଥାୟୀ ପ୍ରତିନିଧିଙ୍କ ସହ ବୈଠକ କରିବା ଏବଂ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିବା ଅନ୍ତର୍ଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe