ଜମ୍ମୁ-କଶ୍ମୀର ଡୋର ଓମାରଙ୍କ ହାତରେ!: ଫାରୁକ୍ ଅବଦୁଲ୍ଲାଙ୍କ ମନ୍ତବ୍ୟ

Advertisment

ଜମ୍ମୁ-କଶ୍ମୀର ନିର୍ବାଚନର ଭୋଟ୍ ଗଣତିରେ ଏନସି ଏବଂ କଂଗ୍ରେସ ମେଣ୍ଟ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ଏନସି ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ହେବେ। ଜମ୍ମୁ-କଶ୍ମୀରରେ ୪୬ ଟି ଆସନରେ ଏନସି-କଂଗ୍ରେସ ମେଣ୍ଟ ଆଗୁଆ ରହିଛି...

Updated On

ଜମ୍ମୁ-କଶ୍ମୀର ନିର୍ବାଚନର ଭୋଟ୍ ଗଣତିରେ ଏନସି ଏବଂ କଂଗ୍ରେସ ମେଣ୍ଟ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ଏନସି ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ହେବେ। ଜମ୍ମୁ-କଶ୍ମୀରରେ ୪୬ ଟି ଆସନରେ ଏନସି-କଂଗ୍ରେସ ମେଣ୍ଟ ଆଗୁଆ ରହିଛି...

ଅଦ୍ୟତନ ହୋଇଛି
WhatsApp Image 2024-10-08 at 3.37.42 PM

ଶ୍ରୀନଗର: ଜମ୍ମୁ-କଶ୍ମୀର ନିର୍ବାଚନ ଫଳାଫଳ ଅନୁସାରେ ନ୍ୟାସନାଲ କନଫରେନ୍ସ(ଏନସି)  ଏବଂ କଂଗ୍ରେସ ମେଣ୍ଟ ରାଜ୍ୟର ୯୦ଟି ଆସନମଧ୍ୟରୁ ୪୬ରେ ଆଗୁଆ ରହିଛି।  

ଭୋଟ ଗଣତି ମଧ୍ୟରେ ଏନସି ଅଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏକ ବଡ଼ ମନ୍ତବ୍ୟ ଦେବା ସହିତ ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ଘୋଷଣା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀରର ପରବର୍ତ୍ତୀ ସିଏମ୍ ଓମାର ଅବଦୁଲ୍ଲା ହେବେ।

୯୦ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୪୬ ରହିଛି। ଏହାକୁ ଏନସି-କଂଗ୍ରେସ ମେଣ୍ଟ ହାସଲ କରିବାକୁ ଯାଉଥିବା କୁହାଯାଉଛି।

ବିଧାନସଭା ନିର୍ବାଚନରେ ​​ଅଂଶଗ୍ରହଣ କରିଥିବା ସମସ୍ତ ଲୋକଙ୍କୁ ସେ କୃତଜ୍ଞତା ଜଣାଉଛନ୍ତି ବୋଲି ଏନସି ସଭାପତି କହିଛନ୍ତି।  ଏହି ନିଷ୍ପତ୍ତି ହେଉଛି ପ୍ରମାଣ ଯେ ଜମ୍ମୁ-କଶ୍ମୀରର ଲୋକମାନେ ଧାରା ୩୭୦ରଦ୍ଦକୁ ବିରୋଧ କରିଛନ୍ତି।

ସେ କହିଛନ୍ତି ଯେ ଆମକୁ ବେକାରୀ ସମସ୍ୟା ଦୂର କରିବାକୁ ହେବ ଏବଂ  ଦରଦାମ ବୃଦ୍ଧି  ତଥା ଡ୍ରଗ୍ ସମସ୍ୟା ଭଳି ସମସ୍ୟାର ସମାଧାନ କରିବାକୁ ପଡିବ।

ଫାରୁକ୍ ଅବଦୁଲ୍ଲା କହିଛନ୍ତି  ବର୍ତ୍ତମାନ ଊପରାଜ୍ୟପାଳ ଏବଂ ତାଙ୍କର ପରାମର୍ଶଦାତା ରହିବେ ନାହିଁ। ବର୍ତ୍ତମାନ ଜମ୍ମୁ-କଶ୍ମୀରରେ୯୦ଜଣ ବିଧାୟକ ରହିବେ ଯେଉଁମାନେ ଲୋକଙ୍କ ପାଇଁ କାମ କରିବେ।

ଓମାର ଅବଦୁଲ୍ଲା ଗନ୍ଦରୱାଲ ଏବଂ ବଡଗାମ୍ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ଉଭୟ ଆସନରୁ ଜିତିଛନ୍ତି। ଓମାର ଅବଦୁଲ୍ଲା ଗନ୍ଦରୱାଲରେ  ୧୮୧୯୩ଭୋଟରେ  ପାଇଛନ୍ତି। ସେ ପିଡିପିର ବଶିର ଅହମ୍ମଦଙ୍କୁ ପରାସ୍ତ କରିଛନ୍ତି। ୧୨୭୪୫ ଭୋଟ୍ ପାଇ ବଶିର ଅହମ୍ମଦ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ବଡଗାମ୍ ଆସନରେ କହିବାକୁ ଗଲେ ଓମାର ଅବଦୁଲ୍ଲା ୩୬୦୧୦ ଭୋଟ୍ ପାଇଛନ୍ତି। ଓମାର ପିଡିପି ପ୍ରାର୍ଥୀ ଆଗା ସୟଦ ମୁନ୍ତାଜିରଙ୍କୁ ପରାସ୍ତ କରିଛନ୍ତି।

ଗନ୍ଦରୱାଲ ଏବଂ ବଡଗାମରୁ ନିର୍ବାଚନ ଜିତିବା ପରେ ଓମାର ଅବଦୁଲ୍ଲା କହିଛନ୍ତି ଯେ ସମ୍ପୂର୍ଣ୍ଣ ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ। ଫଳାଫଳ ଆସିବା ପରେ ଆମେ ଏ ବିଷୟରେ ଆଲୋଚନା କରିବା।  ସେ କହିଛନ୍ତି   ଏନସି ଯେପରି ଜିତିଛି, ଆମେ ଭୋଟରଙ୍କୁ କୃତଜ୍ଞତା ଜଣାଉଛୁ। ସେ କହିଛନ୍ତି  ଲୋକମାନେ ଆମର ଆଶାଠାରୁ ଆମକୁ ବହୁ  ସମର୍ଥନ କରିଛନ୍ତି। ବର୍ତ୍ତମାନ ଆମର ପ୍ରୟାସ ହେବ ଏହାର ପ୍ରତିଦାନ ଲୋକଙ୍କୁ  ଭଲ ଶାସନ ଦ୍ବାରା ପ୍ରଦାନ କରିବୁ।|

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe