ଜମ୍ମୁ ଏବଂ କଶ୍ମୀର: ଅନୁପ୍ରବେଶକାରୀଙ୍କୁ ହତ୍ୟା କଲା ବିଏସ୍‌ଏଫ୍‌

Advertisment
ଗୁଏଟ୍‌ମାଲା ଆଗ୍ନେୟଗିରି ଉଦ୍‌ଗୀରଣ ୨୫ ମୃତ, ୩୦୦୦ ସ୍ଥାନାନ୍ତରିତ

Image Courtesy of HT

ଜମ୍ମୁ: ଗୁରୁବାର ଦିନ ବିଏସ୍‌ଏଫ୍‌ର ଯବାନମାନେ ଜମ୍ମୁ ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ମଧ୍ୟକୁ ଏକ ଅନୁପ୍ରବେଶ ଉଦ୍ୟମ ବିଫଳ କରିବା ପୂର୍ବକ ଜଣେ ଅନୁପ୍ରବେଶକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଭୋର୍‌ ୫ଟା ୪୫ ମିନିଟ୍‌ ସମୟରେ ଆର୍ଣ୍ଣିଆ ସେକ୍ଟର୍‌ ଅନ୍ତର୍ଗତ ନିକୋଓ୍ଵାଲ୍‌ ବର୍ଡର ଆଉଟ୍‌ ପୋଷ୍ଟ୍‍ ନିକଟବର୍ତ୍ତୀ ଆନ୍ତର୍ଜାତିକ ସୀମାରେଖା ଠାରେ ଦୁଇ ତିନି ଜଣ ଲୋକ ଚଲାବୁଲା କରୁଥିବା ସୈନ୍ୟମାନେ ଦେଖିଥିଲେ।

ସେମାନଙ୍କୁ ମୁକାବିଲା କରିବାକୁ ଯାଇ ବିଏସ୍‌ଏଫ୍‌ ସେନା ଗୁଳି ଚଳାଇଥିଲେ। ଫଳତଃ,ଜଣେ ଅନୁପ୍ରବେଶକାରୀ ନିହତ ହୋଇଥିଲା। ନିହତ ବ୍ୟକ୍ତିଙ୍କର ବୟସ ୩୦ ହୋଇପାରେ। ଅନ୍ୟ ଅନୁପ୍ରବେଶକାରୀମାନେ ଖସି ପଳାଇ ଯାଇଛନ୍ତି।

ଏଥିସହ ଗତ ରାତିରେ ଭାରତୀୟ ବିଏସ୍‌ଏଫ୍‌ ଯବାନମାନେ ଦୁଇଟି ପାକିସ୍ତାନ ଶିବିରକୁ ଧ୍ୱଂସ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe