india today
ଶ୍ରୀନଗର : ପଂଜାବ, ରାଜସ୍ଥାନ ଏବଂ ଛତିଶଗଡ଼ ପରେ ଏବେ ଜମ୍ମୁ କାଶ୍ମୀରରେ ତୀବ୍ର ଦଳୀୟ କନ୍ଦଳ ମୁଣ୍ଡ ଟେକିଛି। ଆଗକୁ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ କଂଗ୍ରେସ ହାଇକମାଣ୍ଡଙ୍କୁ ପୁଣି ଜମ୍ମୁ କାଶ୍ମୀରରେ ନୂଆ ଜଟିଳ ସ୍ଥିତିକୁ ସାମ୍ନା କରିବାକୁ ପଡ଼ିଛି। ଜମ୍ମୁ କାଶ୍ମୀର କଂଗ୍ରେସରେ ଦେଖାଦେଇଥିବା କନ୍ଦଳକୁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ସମାଧାନ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତ।
ସେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଜମ୍ମୁ କାଶ୍ମୀର କଂଗ୍ରେସ ମୁଖ୍ୟ ଜିଏ ମୀର୍, ଏଆଇସିସି ପ୍ରଭାରୀ ରଜନି ପାଟି ଏବଂ ଅନ୍ୟ ପକ୍ଷମାନଙ୍କ ସହ ଆଲୋଚନା କରିଛନ୍ତି। ଜମ୍ମୁ କାଶ୍ମୀର ରାଜନୈତିକ ବ୍ୟାପାର ସହ ଜଡ଼ିତ ଥିବା କିଛି ବ୍ୟକ୍ତି ଦାବି କରିଛନ୍ତି ଯେ, ପାଟିଲ ଆଜାଦଙ୍କୁ ଏକପାଖିଆ କରିଦେବା ଦ୍ବାରା ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କର ସମର୍ଥକାମାନେ ଗତକାଲି ବହୁ ସଂଖ୍ୟାରେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଅନେକ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା, ପୂର୍ବତନ ମନ୍ତ୍ରୀ ଏବଂ ପ୍ରଭାବଶାଳୀ ନେତା ଏଥିରେ ସାମିଲ ଥିବାରୁ କଂଗ୍ରେସର ଚିନ୍ତା ବଢ଼ିଛି।
Follow Us