କିସ୍ତୱାଡ: ଶ୍ରଦ୍ଧାଳୁଙ୍କ ପାଇଁ କାଳ ହେଲା ବାଦଲଫଟା ବର୍ଷା। ଜମ୍ମୁ କଶ୍ମୀରର କିସ୍ତୱାଡ ଜିଲ୍ଲାରେ ତାଣ୍ଡବ ରଚିଲା ପ୍ରକୃତି। ଉତ୍ତରାଖଣ୍ଡର ଧରାଲୀ ପରେ ଏବେ ଜମ୍ମୁ କଶ୍ମୀରରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ମାଟି ମିଶା ପାଣି ତଳେ ଚାପି ହୋଇଯାଇଛନ୍ତି ଶହ ଶହ ଲୋକ। ଏପର୍ଯ୍ୟନ୍ତ ୩୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହା ସହ ୧୨୦ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ଅନେକ ଲୋକ ମାଟି ତଳେ ଚାପି ହୋଇଯାଇଥିବା କୁହାଯାଉଛି।
ଏହି ବିପର୍ଯ୍ୟୟ ଘଟିଛି କିସ୍ତୱାଡ ଜିଲ୍ଲାର ପଡ୍ଦର ସବ-ଡିଭିଜନରେ। ପଡ୍ଦରର ଚିଶୋଟି ଗାଁର ମଚୈଲ ମାତା ମନ୍ଦିର ନିକଟରେ ବାଦଲଫଟା ବର୍ଷା ପାଇଁ ବନ୍ୟା ଆସିବାରୁ ପାଇଁ ସେଠାରେ ଏକତ୍ରିତ ହୋଇଥିବା ଅନେକ ଶ୍ରଦ୍ଧାଳୁ ଭାସିଯାଇଛନ୍ତି। କିସ୍ତୱାଡ ସହିତ, କଶ୍ମୀରର ରଜୌରୀ ଏବଂ ମେଣ୍ଢରରେ ମଧ୍ୟ ବାଦଲଫଟା ବର୍ଷା ହୋଇଥିବା ଜଣାଯାଇଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଚିଶୋଟିରେ ଘଟିଥିବା ଏହି ଘଟଣାରେ ବହୁତ ଜୀବନହାନି ହୋଇଥିବା ନେଇ ଆଶଙ୍କା କରାଯାଉଛି।
କିସ୍ତୱାଡରେ ବର୍ତ୍ତମାନର ପାଗର ସ୍ଥିତି ଏବଂ ଚିଶୋଟିରେ ବାଦଲଫଟା ବର୍ଷା ଯୋଗୁଁ ହୋଇଥିବା ବନ୍ୟାକୁ ଦୃଷ୍ଟିରେ ରଖି, କିସ୍ତୱାଡ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ସମଗ୍ର ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ଏବଂ ସହାୟତା ଡେସ୍କକୁ ସକ୍ରିୟ କରିଛନ୍ତି। ସମସ୍ତ ଉପଖଣ୍ଡକୁ ହାଇ ଆଲର୍ଟରେ ରଖାଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ପୁଲିସ ଦଳ ନିୟୋଜିତ କରାଯାଇଛି, ଯେଉଁମାନେ ଏହି ପରିସ୍ଥିତି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
/sambad/media/post_attachments/ibnlive/uploads/2025/08/Untitled-design-21-2025-08-12a8fc266d6bd93db01a298dc7068802-16x9-184983.jpg?impolicy=website&width=640&height=360)
ଚନା ମିଳିଛି ଯେ, ଧାର୍ମିକ ତୀର୍ଥଯାତ୍ରା ପାଇଁ ଲୋକମାନେ ଘଟଣା ଘଟିଥିବା ସ୍ଥାନରେ ଏକାଠି ହୋଇଥିଲେ। ସେଠାରେ ପୂଜାର୍ଚ୍ଚନା ପାଇଁ ତମ୍ବୁ ଲଗାଯାଇଥିଲା ଏବଂ ଭକ୍ତମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନେ ପହଞ୍ଚି ପୂଜା ପାଇଁ ପ୍ରସ୍ତୁତି କରୁଥିବା ବେଳେ ହଠାତ୍ ମାଡ଼ିଆସିଥିଲା ପ୍ରଳୟଙ୍କାରୀ ବନ୍ୟା। ହଠାତ୍ ଉପରମୁଣ୍ଡରେ ବାଦଲଫଟା ବର୍ଷା ହେବାରୁ ପାଣି ପ୍ରଖର ବେଗରେ ତଳକୁ ଆସିଥିଲା। ଲୋକଙ୍କ ପାଖରେ ଏହାର କୌଣସି ସୂଚନା ନଥିବାରୁ ସେମାନେ ସଚେତନ ହୋଇପାରିନଥିଲେ, ଯାହାଫଳରେ ଏକାଧିକ ଲୋକ ପାଣିସ୍ରୋତରେ ଭାସିଯାଇଥିବା ଜଣାଯାଇଛି।
Follow Us