(Photo Credits: IANS)
ଶ୍ରୀନଗର: ସାଧାରଣତନ୍ତ୍ର ଦିବସରେ ଜମ୍ମୁ-କଶ୍ମୀରରେ ମୋବାଇଲ୍ ଓ ଇଣ୍ଟର୍ନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଏପଟେ ରବିବାର ଜମ୍ମୁ-କଶ୍ମୀରରୁ ଫୋନ୍ ଓ ଏସ୍ଏମ୍ଏସ୍ ସେବାକୁ ପୂରାପୂରି ବନ୍ଦ କରି ଦିଆଯାଇଛି। ସଂପୃକ୍ତ ଅଞ୍ଚଳରେ ଇଣ୍ଟର୍ନେଟ୍ ସେବା ଲାଗୁ ହେବାର ମାତ୍ର ଦିନକ ପରେ ପୁଣି ଥରେ ସେବାକୁ ବନ୍ଦ କରି ଦିଆଯାଇଛି।
ଯଦିଓ ଏପରି କାହିଁକି କରାଯାଇଛି ତାହା ଏଯାବତ୍ ଜଣାପଡ଼ି ନାହିଁ, ତଥାପି ଆଣ୍ଟି-ଭାରତ ବାର୍ତ୍ତାକୁ ସୋସିଆଲ୍ ମିଡିଆରେ ପ୍ରଘଟ କରିବାରୁ ରୋକିବା ସକାଶେ ଏହି ନିଷ୍ପତ୍ତି ନିଆଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି।
ପୂର୍ବରୁ ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସମାନଙ୍କରେ ବିଚ୍ଛନବାଦୀ ନେତାମାନେ ଜମ୍ମୁ-କଶ୍ମୀରରେ ବିରୋଧ ପ୍ରଦର୍ଶନ କରୁଥିବାର ଉଦାହରଣ ରହିଛି। ଏପରି ସମସ୍ୟାକୁ ଦୂରେଇବା ସକାଶେ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି।
Business Todayଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘଟିବା ପରେ ସେଠାରେ ମୋବାଇଲ୍ ଓ ଇଣ୍ଟର୍ନେଟ୍ ସେବା ବନ୍ଦ କରି ଦିଆଯାଇଥିଲା। ପୂର୍ବରୁ କିଛି ମାସ ତଳେ ମୋବାଇଲ୍ ସେବା ପୁଣି ଥରେ କାର୍ଯ୍ୟକାରୀ କରାଯାଇଥିଲେ ବି ଇଣ୍ଟର୍ନେଟ୍ ସେବା କିନ୍ତୁ ସେବେଠାରୁ ବନ୍ଦ ଥିଲା। ଗତକାଲି ଜମ୍ମୁ-କଶ୍ମୀରଠାରେ ଇଣ୍ଟରନେଟ୍ ସେବା ଚାଲୁ ହୋଇଥିଲା।
ଗତ ସେପ୍ଟେମ୍ବର ମାସରେ ସରକାର ଜମ୍ମୁ-କଶ୍ମୀରରେ ପ୍ରଥମେ ଲ୍ୟାଣ୍ଡ୍ଲାଇନ୍ ସେବା ଚଳାଚଳ ପୁଣି ଥରେ ଆରମ୍ଭ କରିଥିବା ବେଳେ ଅକ୍ଟୋବରରେ ପୋଷ୍ଟ୍ପେଡ୍ ମୋବାଇଲ୍ ସେବା ଜାରି ହୋଇଥିଲା। ଏସ୍ଏମ୍ଏସ୍ ଆଉ ପ୍ରିପେଡ୍ ସେବା ଜାନୁଆରି ଆରମ୍ଭରୁ ଲାଗୁ ହୋଇଥିଲା। ଇଣ୍ଟର୍ନେଟ୍ ସେବା ଗତକାଲି ଚାଲୁ ହୋଇଥିଲା।
Follow Us