ଏନ୍‌କାଉଣ୍ଟରରେ ଲସ୍କର-ଇ- ତୋଏବା ଓ ହିଜ୍‌ବୁଲ ମୁଜାହିଦ୍ଦିନ୍‌ର ଦୁଇ କୁଖ୍ୟାତ ଆତଙ୍କବାଦୀ ନିହତ

Advertisment
ଏନ୍‌କାଉଣ୍ଟରରେ ଲସ୍କର-ଇ- ତୋଏବା ଓ ହିଜ୍‌ବୁଲ ମୁଜାହିଦ୍ଦିନ୍‌ର ଦୁଇ କୁଖ୍ୟାତ ଆତଙ୍କବାଦୀ ନିହତ

ଶ୍ରୀନଗର (ଜମ୍ମୁ- କଶ୍ମୀର): ଜମ୍ମୁ- କଶ୍ମୀରରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଘଟିଥିବା ଏକ ଏନ୍‌କାଉଣ୍ଟରରେ ଲସ୍କର-ଇ- ତୋଏବାର ଜଣେ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛି। ଆଜି ଜମ୍ମୁ-କଶ୍ମୀର ପୌର ପରିଷଦ ନିର୍ବଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଗ୍ରହଣ ଚାଲିଥିବା ବେଳେ ପୁଲଓ୍ଵାମା ଜିଲ୍ଲାର କଙ୍ଗନ୍‌ ଅଞ୍ଚଳରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନ୍‌କାଉଣ୍ଟରରେ ଲସ୍କର-ଇ- ତୋଏବାର ଜଣେ କୁଖ୍ୟାତ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଜାଣିବାକୁ ମିଳିଛି।

ସେହିପରି ଅଜି ପ୍ରତ୍ୟୁଷରେ ସେନା ଯବାନଙ୍କ ଦ୍ୱାରା ପୁଲଓ୍ଵାମା ଜିଲ୍ଲାରେ ହୋଇଥିବା ଅନ୍ୟ ଏକ ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାହିଦ୍ଦିନ୍‌ର ଅନ୍ୟଜଣେ ଆତଙ୍କବାଦୀ ନିହତ ହୋଇଛି। ନିହତ ହୋଇଥିବା ହିଜ୍‌ବୁଲ ମୁଜାହିଦ୍ଦିନ୍‌ର ଆତଙ୍କବାଦୀକୁ ସବୀର ଅହମ୍ମଦ ଡର୍‌ ବୋଲି ଚିହ୍ନଟ କରା ଯାଇଥିବା ବେଳେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଲସ୍କର-ଇ- ତୋଏବାର ଆତଙ୍କବାଦୀକୁ ଚିହ୍ନଟ କରାଯାଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe