ପାକିସ୍ତାନୀ ଡ୍ରୋନ୍ ପକାଇଥିବା ଅସ୍ତ୍ରଶସ୍ତ୍ର ଜବତ କଲା ଜମ୍ମୁ-କାଶ୍ମୀର ପୁଲିସ

Advertisment
ପାକିସ୍ତାନୀ ଡ୍ରୋନ୍ ପକାଇଥିବା ଅସ୍ତ୍ରଶସ୍ତ୍ର ଜବତ କଲା ଜମ୍ମୁ-କାଶ୍ମୀର ପୁଲିସ

ଶ୍ରୀନଗର : ଅନ୍ତର୍ଜାତୀୟ ସୀମାରେଖା ସନ୍ନିକଟ ଜମ୍ମୁ-କାଶ୍ମୀରର ତୋଫ ଗାଁରେ ପାକିସ୍ତାନୀ ଡ୍ରୋନ୍ ପାଇଥିବା ଅସ୍ତ୍ରଶସ୍ତ୍ରକୁ ପୁଲିସ ଜବତ କରିଛି। ପୁଲିସ କହିଛି ଯେ, ଜମ୍ମୁର ଆର୍ଣ୍ଣିଆ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ୍ ଏକ ପ୍ୟାକେଟ ପକାଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଏହି ପ୍ୟାକେଟକୁ ଖୋଲିବା ପରେ ସେଥିରୁ ଅନେକ ଗୁଳିଭରା ମାଗାଜିନ ଓ ଗ୍ରେନେଡ୍ ସହ ଗୋଟିଏ ରାଇଫଲ ଓ ଗୋଟିଏ ପିସ୍ତଲ ମିଳିଥିଲା।

ପୁଲିସ କହିଛି ଯେ ଗତ ଆର୍ଣ୍ଣିଆ ଥାନାରେ ଡ୍ରୋନ୍‌ରୁ ପଡ଼ିଥିବା ଅସ୍ତ୍ରଶସ୍ତ୍ର ନେଇ ଏକ ମାମଲା ରୁଜୁ କରାଯାଇଥିଲା। ଜମ୍ମୁର ଜଣେ ଅଭିଯୁକ୍ତ କହିଥିଲା ଯେ ଜଣେ ପାକିସ୍ତାନୀ ବନ୍ଦୀ ମହମ୍ମଦ ଅଲି ହୁସେନ ଓରଫ କାସିମର ଏହି ଡ୍ରୋନ୍‌ରୁ ଅସ୍ତ୍ରଶସ୍ତ୍ର ପକାଇବାରେ ହାତ ଥିଲା ଏବଂ ସେ ଲସ୍କର-ଏ-ତୋଇବା (ଏଲ୍‌ଇଟି) ଓ ଅଲ୍‌ବଦରର ସଦସ୍ୟ। ତା’ପରେ ଅଭିଯୁକ୍ତକୁ କୋର୍ଟ ଓ ପରେ ପୁଲିସ ହାଜତକୁ ନିଆଗଲା। ଜେରା ସମୟରେ ସେ ଆର୍ଣ୍ଣିଆ ଡ୍ରୋନ୍ ଡ୍ରପିଂରେ ତା’ର ଭୂମିକା ଥିବା ସ୍ବୀକାର କରିଥିଲା। ଡ୍ରୋନ୍‌ରୁ ପକାଯାଇଥିବା ଅସ୍ତ୍ରଶସ୍ତ୍ର କେଉଁଠି ଲୁଚାଯାଇଛି ତାହା ସେ ମାନିଥିଲା। ଉକ୍ତ ଅସ୍ତ୍ରଶସ୍ତ୍ର ଜବତ କରିବା ପାଇଁ ପୁଲିସ ଦଳ ମାଜିଷ୍ଟ୍ରେଟ୍‌ଙ୍କ ସହ ତାକୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ଯାଇଥିଲେ।

ଅତିରିକ୍ତ ପୁଲିସ ଡିଜି ମୁକେଶ ସିଂହ କହିଛନ୍ତି ଯେ, ସେ ପ୍ରଥମେ ଯେଉଁ ଜାଗାକୁ ନେଲା ସେଠୁ କିଛି ମିଳିଲା ନାହିଁ। ଫୋଲିଆନ ମଣ୍ଡଳ ଅଞ୍ଚଳରେ ଥିବା ତୋଫ ଗାଁରୁ ଗୋଟିଏ ପ୍ୟାକେଟ୍ ମିଳିଥିଲା ଯେଉଁଥିରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଦ୍ରବ୍ୟ ଥିଲା। ଯେତେବେଳେ ପ୍ୟାକେଟ ଖୋଲାଗଲା ଅଭିଯୁକ୍ତ ପୁଲିସଠାରୁ ରାଇଫଲ ଛଡ଼ାଇ ପୁଲିସକୁ ଆକ୍ରମଣ କରି ଦୌଡ଼ି ପଳାଇବାକୁ ଚେଷ୍ଟା କଲା। ପୁଲିସ ପଛରୁ ଗୁଳି ମାରିବାରୁ ସେ ଆହତ ହୋଇଥିଲା। ପରେ ଡାକ୍ତରଖାନାରେ ତା’ର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe