ବିଜେପିର ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ମହିଳା ନିଆଁ ଲଗାଇବା ଘଟଣା: ପୂର୍ବତନ ରାଜ୍ୟପାଳଙ୍କ ପୁଅକୁ ହେପାଜତକୁ ନେଲା ପୁଲିସ

Advertisment
ବିଜେପିର ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ମହିଳା ନିଆଁ ଲଗାଇବା ଘଟଣା: ପୂର୍ବତନ ରାଜ୍ୟପାଳଙ୍କ ପୁଅକୁ ହେପାଜତକୁ ନେଲା ପୁଲିସ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରେ ଥିବା ବିଜେପିର ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଦିନ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ମାମଲାରେ ମହିଳାଙ୍କୁ ପୁଲିସ ତୁରନ୍ତ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ଏହା ମଧ୍ୟରେ ପୁଲିସ ପୂର୍ବ ରାଜ୍ୟପାଳ ସୁଖଦେବ ପ୍ରସାଦଙ୍କ ପୁଅ ଆଲୋକକୁ ଗିରଫ୍ କରିଛି । ଆଲୋକଙ୍କ ସହ ମହିଳାଙ୍କ ସଂପର୍କ ଥିବା କୁହାଯାଉଥିବା ବେଳେ ଘଟଣା ଘଟିବା ସମୟରେ ସେ ସେଠାରେ ଥିବା ନେଇ ସୂଚନା ମିଳିଛି।

ମହାରାଜଗଞ୍ଜ ପୁଲିସର ଇନପୁଟରେ ଲକ୍ଷ୍ନୌ ପୁଲିସ ଆଲୋକକୁ ହେପାଜତକୁ ନେଇଥିବା ଜଣା ପଡ଼ିଛି। ଘଟଣାସ୍ଥଳରେ ଆଲୋକ ଥିବା ନେଇ ତାଙ୍କ ଲୋକେସନରୁ ଜଣାପଡ଼ିବା ସହ ସେ ପୀଡ଼ିତାଙ୍କ ସହ ସଂପର୍କ ରଖିଥିବା କହିଛି ପୁଲିସ।

publive-image Special Coverage News

ସୂଚନା ମୁତାବକ,  ମଙ୍ଗଳବାର ଦିନ ମହିଳା ଜଣଙ୍କ ଲକ୍ଷ୍ନୌରେ ଥିବା ବିଜେପି ପ୍ରଦେଶ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କୌଣସି ଏକ ଦହନ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ସମୟରେ ସେଠାରେ ଥିବା ଗଣମାଧ୍ୟମ କର୍ମଚାରୀ ଓ ସୁରକ୍ଷା କର୍ମୀମାନେ ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ସିଭିଲ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିିଛି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କ ହେଉଛନ୍ତି ଅଞ୍ଜନା ତିୱାରୀ । ଅଞ୍ଜନା ମହାରାଜଗଞ୍ଜ ଅଞ୍ଚଳର ବାସିନ୍ଦା । ସେ ପ୍ରଥମେ ଅଖିଳେଶ ତିୱାରୀ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ବାହାଘରର କିଛିଦିନ ମଧ୍ୟରେ ତାଙ୍କର ଅଖିଳେଶ ସହିତ କୌଣସି କାରଣକୁ ନେଇ ଝଗଡ଼ା ହେବାପରେ ସେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ଏହା ପରେ ଅଞ୍ଜନା ଧର୍ମ ପରିବର୍ତ୍ତନ କରି ଆସିଫ୍ ନାମକ ଜଣେ ମୁସଲମାନ ଯୁବକଙ୍କୁ ବିବାହ କରିଥିଲେ । ଆସିଫ୍ ଙ୍କ ସହିତ ବାହାଘର ପରେ ଆସିଫ୍ ସାଉଦୀ ପଳାଇଯାଇଥିଲେ । ମହିଳାଙ୍କ କହିବା ମୁତାବକ, ଆସିଫ୍ ସାଉଦୀ ପଳାଇଯିବା ପରେ ଆସିଫ୍‌ଙ୍କ ପରିବାର ତାଙ୍କୁ ମାନସିକ ଓ ଶାରୀରିକ ଭାବେ ଅତ୍ୟାଚାର କରୁଥିଲେ ।

ଏନେଇ ସେ ମହାରାଜଗଞ୍ଜ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ ତାଙ୍କ କଥା ଶୁଣି ନଥିଲା । ଏନେଇ ସେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଭେଟିବାକୁ ଚାହୁଁଥିବା ବେଳେ ତାଙ୍କ ସହିତ ଭେଟ ହୋଇପାରି ନଥିଲା । ନ୍ୟାୟ ନପାଇବାରୁ ସେ ଏଭଳି କରିଥିବା କଥା କହିଛନ୍ତି ।
ସେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ ତାଙ୍କୁ ତୁରନ୍ତ ସିଭିଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଅବସ୍ଥା ଗୁରୁତର ଥିବା କଥା କୁହାଯାଇଛି । ମେଡିକାଲରେ ଡିସିପି, ଆଡିସିନାଲ ଡିସିପି, ଇନସ୍ପେକଟର ତାଙ୍କୁ ଭେଟିଥିବା ଜଣାପଡ଼ିଛି । ଅନ୍ୟପଟେ ଲଭ୍ ଜିହାଦ ଓ ଧର୍ମ ପରିବର୍ତ୍ତନ ଘଟଣାକୁ ନେଇ ଯୋଗୀ ସରକାର କଠୋର ମନୋଭାବ ପୋଷଣ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe