ଅଗ୍ନିକାଣ୍ଡରେ ଜଳିଗଲେ ପରିବାରର ୬ ସଦସ୍ୟ

ଜମ୍ମୁ-କଶ୍ମୀରର କାଠୁଆରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।  ସଂପୃକ୍ତ ଅଞ୍ଚଳର ଶିବ ନଗରର ଏକ ଘରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ କାଠୁଆ ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

fire

ଶ୍ରୀନଗର: ଜମ୍ମୁ-କଶ୍ମୀରର କାଠୁଆରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।  ସଂପୃକ୍ତ ଅଞ୍ଚଳର ଶିବ ନଗରର ଏକ ଘରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ କାଠୁଆ ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

କାଠୁଆ ସରକାରୀ ମେଡିକାଲ କଲେଜର ପ୍ରିନ୍ସପାଲ ଏସ.କେ ଅଟ୍ରି ନିଶ୍ଚିତ କରିଛନ୍ତି ଯେ ଅବସରପ୍ରାପ୍ତ ଡିଏସ୍‌ପିଙ୍କ ଭଡା ଘରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ଘରେ ଉପସ୍ଥିତ ଥିବା ୧୦ଜଣଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇଛନ୍ତି। ଅଟ୍ରିଙ୍କ ଅନୁଯାୟୀ ମୃତ ବ୍ୟକ୍ତିମାନେ ଗୋଟାଏ ପରିବାରର ସଦସ୍ୟ ଥିଲେ।

ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ମୃତ୍ୟୁର ମୂଳ କାରଣ ହେଉଛି ଶ୍ୱାସରୁଦ୍ଧ। ପୁଲିସ ବର୍ତ୍ତମାନ ଘଟଣାର ଅନୁସନ୍ଧାନ କରୁଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପ୍ରକ୍ରିୟା ସମାପ୍ତ ହେବା ପରେ ସେମାନଙ୍କ ମୃତ ଶରୀରରକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ।

ଖବର ମୁତାବକ, ସେପ୍ଟେମ୍ବର-ଅକ୍ଟୋବରରେ ଅବସର ନେବା ପରେ ଡିଏସପି ଅବସର ନେବା ପରେ ଘରେ ରହିବାକୁ ଆସିଥିଲେ। ଘଟଣା ମୁତାବକ, ଅଗ୍ନିକାଣ୍ଡରେ ଡିଏସ୍‌ପିଙ୍କ ବ୍ୟତୀତ ତାଙ୍କ ପତ୍ନୀ, ପୁଅ, ଝିଅ ଓ ଝିଅର ପୁଅଙ୍କର ମୃତ୍ୟୁ ଘଟିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe