ଜମ୍ମୁ କଶ୍ମୀର: ପୁଲବାମାରେ ସେନାର ଅପରେସନ ଶେଷ, ୩ ଆତଙ୍କବାଦୀ ନିପାତ

Advertisment
ଭାରତୀୟ ସେନାରେ ଯୋଗ ଦେବା ପାଇଁ ଯୁବପୀଢିଙ୍କ ଆଗ୍ରହ କମୁଛି, ହଜାର ହଜାର ଅଫିସର ପଦବୀ ଖାଲି

ଶ୍ରୀନଗର: ଜମ୍ମୁ କଶ୍ମୀରରେ ରମଜାନ ଅସ୍ତ୍ରବିରତି ଉଲଂଘନ ଶେଷ ହେବା ପରେ ଭାରତୀୟ ସେନା ଅପରେସନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୁଲବାମାରେ ସେନା ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ଅପରାହ୍ନ ହେବା ମାତ୍ରେ ଏହି ଅପରେସନ ଆରମ୍ଭ କରାଯାଇଥିଲା। ସୂଚନା ଅନୁସାରେ ଆତଙ୍କବାଦୀମାନେ ଏକ ପରିତ୍ୟକ୍ତ ଘର ଭିତରେ ଲୁଚି କିଛି ଲୋକଙ୍କୁ ବନ୍ଦ କରି ରଖିଥିଲେ। ଫଳରେ ସେନାକୁ ଅପରେସନ ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ପୁଲବାମା ଏନକାଉଣ୍ଟର ନିକଟରେ କିଛି ଲୋକ ଆଜି ପଥର ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।

ସେନାକୁ ଶୁକ୍ରବାର ଅପରାହ୍ନରେ ସୂଚନା ମିଳିଥିଲା ଯେ, ପୁଲବାମାରେ ୩ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ଏହା ପରେ ସେନା ଅପରେସନ ଆରମ୍ଭ କରିଥିଲା। ଅପରେସନ ପୂର୍ବରୁ ଆତଙ୍କବାଦୀମାନେ ଗୋଟିଏ ଘର ଭିତରେ ଲୁଚି ରହିଥିଲେ। ସେନା ଓ ପୁଲିସ କର୍ମଚାରୀମାନେ ଆତଙ୍କବାଦୀଙ୍କୁ ଘେରି ଯାଇ ଗୁଳିକରିଥିଲେ।

ସୂଚନା ଅନୁସାରେ ଆତଙ୍କବାଦୀମାନେ କିଛି ଲୋକଙ୍କୁ ଘର ଭିତରେ ବନ୍ଦ ରଖିଥିଲେ। ସୂଚନା ମିଳିବା ପରେ ୫୫ଆରଆର ଓ ଜମ୍ମୁ କଶ୍ମୀର ପୁଲିସର ମିଳିତ ଉଦ୍ୟମରେ ଅପରେସନ କରାଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର କୁପଓ୍ଵାଡା ଜିଲ୍ଲାର ତ୍ରେହଗ୍ରାମରେ ପୂର୍ବାହ୍ନ ୫ଟା ୩୦ରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଅପରେସନ ସମୟରେ ସେନା ଜଣେ ଆତଙ୍କବାଦୀକୁ ନିହତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe