ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୨ମୃତ, ୨୪ ଗୁରୁତର

Advertisment
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୨ମୃତ, ୨୪ ଗୁରୁତର
ଜମ୍ମୁ କଶ୍ମୀର: ଜମ୍ମୁ-କଶ୍ମୀରର ମନ୍ତ୍ରୀ ନଇମ ଅଖତର ଆତଙ୍କବାଦୀଙ୍କ ଗ୍ରିନେଡ ଆକ୍ରମଣରୁ ବାରମ୍ବାର ବର୍ତ୍ତି ଯାଉଛନ୍ତି। ଗୁରୁବାର ଅପରାହ୍ନରେ ସୁରକ୍ଷା ବଳକୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଯେଉଁଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୪ରୁ ଊର୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ଏହି ଗ୍ରିନେଟ ବିସ୍ଫୋରଣରେ ଜମ୍ମୁ କଶ୍ମୀର ପୁଲିସ ଓ ପାରା ମିଲିଟାରି ଫୋର୍ସର କିଛି ଯବାନ ମଧ୍ୟ ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ପୁଲବାମାର ତ୍ରାଲସ୍ଥିତ ବସ୍‌ ଷ୍ଟେସନ୍‌ ପାଖରେ ଆକସ୍ମିକ ଭାବେ ଗ୍ରିନେଡ ମାଡ କରିଥିଲେ। ଏହି ଗ୍ରିନେଡ ମାଡରେ ମୃତ୍ୟୁ ହୋଇଥିଲା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମହିଳା ବି ଥିଲେ। ସିଆରପିଏଫର ୧୮୦ ବାଟାଲିୟନର ୭ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe