Image Source: Zee News
ଜମ୍ମୁ: ଏ ବର୍ଷ ଏଯାବତ୍ ଜମ୍ମୁ ଅଞ୍ଚଳର ନିୟନ୍ତ୍ରଣ ରେଖା ଏବଂ ଆନ୍ତର୍ଜାତିକ ସୀମା ଧାରେ ଧାରେ ୨, ୫୦୦ରୁ ବଙ୍କର୍ ନିର୍ମାଣ ସରିଥିବା କଥା ଶନିବାର ଦିନ ଜଣେ ଅଧିକାରୀ କହିଛନ୍ତି।
ଜମ୍ମୁ ଡିଭିଜନ୍ରେ ଆନ୍ତର୍ଜାତିକ ସୀମା ଧାରେ ଧାରେ ବଙ୍କର୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିବାକୁ ଜମ୍ମୁ ଡିଭିଜ୍ନାଲ୍ କମିସନର୍ ସଞ୍ଜୀବ ବର୍ମା ସୀମାନ୍ତ ଜିଲ୍ଲାଗୁଡ଼ିକର ଡେପୁଟି କମିସନର୍ମାନଙ୍କ ସହ ଆଲୋଚନା କରିଛନ୍ତି।
ସୀମାନ୍ତ ଜିଲ୍ଲା ଜମ୍ମୁ, କଠୁଆ, ସାମ୍ବା, ରଜୌରି ଏବଂ ପୁଞ୍ଚ୍ ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ବଙ୍କର୍ ନିର୍ମାଣ ହେବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ସେମାନେ କହିଛନ୍ତି କି, ଏ ବର୍ଷ ଏ ପର୍ଯ୍ୟନ୍ତ ଏହି ଜିଲ୍ଲାମାନଙ୍କରେ ପ୍ରାୟ ୨, ୫୧୪ ବଙ୍କର୍ ନିର୍ମାଣ ସରିଛି।
ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେଉଛି।
ସାପ୍ତାହିକ ଟାର୍ଗେଟ୍ ଦେବା ଓ ପ୍ରକଳ୍ପ ଠିକ୍ ସମୟରେ ସାରିବାକୁ କାର୍ଯ୍ୟଧାରା ତ୍ୱରାନ୍ଵିତ କରାଇବାକୁ କାର୍ଯ୍ୟନିର୍ବାହୀ ଏଜେନ୍ସିମାନଙ୍କୁ ଡିଭିଜ୍ନାଲ୍ କମିସନର୍ ନିର୍ଦେଶ ଦେଇଛନ୍ତି।
ବଙ୍କର୍ ନିର୍ମାନର କାର୍ଯ୍ୟର ଫଳପ୍ରଦ ତଦାରଖ ଓ କାର୍ଯ୍ୟରେ ମନ୍ଥରତା ଦେଖାଉଥିବା ଯନ୍ତ୍ରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।
Follow Us