ଜମ୍ମୁରେ ଆତଙ୍କବାଦୀଙ୍କ ଆକ୍ରମଣ: ଜଣେ ଯବାନ ସହିଦ; ୭ ଜଣ ଆହତ

ସେନା କ୍ୟାମ୍ପ ଆକ୍ରମଣ : ୩ ଜୈସ ଆତଙ୍କବାଦୀ ନିହତ, ପହଞ୍ଚିଲା ଏନଆଇଏ ଟିମ୍‌

Image Courtesy of India Today

ଶ୍ରୀନଗର: ଜମ୍ମୁ ଆତଙ୍କବାଦୀ ଆକ୍ରମଣରେ ଆହତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆହତମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଆର୍ମି ମେଜର, ୨ ଜଣ ମହିଳା ଏବଂ ୨ ଜଣ ପିଲା।

ଶନିବାର ପାହାନ୍ତାରେ ଜମ୍ମୁସ୍ଥିତ ସୁଞ୍ଜୁଓ୍ଵାନ୍‌ ଆର୍ମି କ୍ୟାମ୍ପ୍‌ରେ ଆକ୍ରମଣ କରିଥିବା ‘ଜୈସ୍‌-ଇ-ଅହମଦ୍‌’ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ଯୋଗୁଁ ଜଣେ ଯବାନ ସହିଦ ହୋଇଛନ୍ତି। ଆହତ ହେବା ପରେ ସେ ଯବାନଙ୍କର ଦେହାନ୍ତ ହୋଇ ଯାଇଥିଲା।

ଅନେକ ଅସ୍ତ୍ରଶସ୍ତ୍ର ଧରି ଜୈସ୍‌-ଇ-ମହମ୍ମଦର ଦଳେ ଆତଙ୍କବାଦୀ ଶନିବାର ପ୍ରତ୍ୟୁଷରେ ଆର୍ମି କ୍ୟାମ୍ପ୍‌ ଉପରେ ଆକ୍ରମଣ କରିଥିଲେ।
ରାତିରେ ସହର ଉପକଣ୍ଠ ଅନ୍ତର୍ଗତ ଚେନ୍ନି ପାଖରେ ଥିବା ସୁଞ୍ଜୁଓ୍ଵାନ ଆର୍ମି କ୍ୟାମ୍ପ୍‌ର ପଛ ପଟ ଦେଇ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ ବୋଲି ଅଧିକାରୀମାନେ କହିଛନ୍ତି।

ଜମ୍ମୁ ସହରରେ ରେଡ୍‌ ଆଲର୍ଟ ଘୋଷଣା କରାଯିବା ସଙ୍ଗେ ସଙ୍ଗେ ସମ୍ପୃକ୍ତ ଅଞ୍ଚଳର ସ୍କୁଲ୍‌ ସବୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷମାନେ କହିଛନ୍ତି।
ଗୃହମନ୍ତ୍ରୀ ରାଜନାଥ ଆତଙ୍କବାଦ ଆକ୍ରମଣ ବିଷୟରେ ଫୋନ୍‌ ଯୋଗେ ଜମ୍ମୁ ଓ କଶ୍ମୀରର ପୁଲିସ ମହାନିର୍ଦେଶକଙ୍କ ସହ କଥାବାର୍ତ୍ତା କରିଛନ୍ତି। ସୁଞ୍ଜୁଓ୍ଵାନ୍‌ରେ ଏବର ପରିସ୍ଥିତି ଏବଂ ଅଭିଯାନ ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ ଚୁମ୍ବକେ ବୁଝାଇ ଦେଇଛନ୍ତି।

ସୁଞ୍ଜୁଓ୍ଵାନ୍‌ ଆର୍ମି କ୍ୟାମ୍ପ୍‌ରେ ପ୍ରବେଶ କରିବାକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ଫିଙ୍ଗିବା ସହ ବିପୁଳ ପରିମାଣର ସ୍ୱୟଂକ୍ରିୟ ବନ୍ଧୁକ ଫୁଟାଇଥିବା କଥା ପୁଲିସ କହିଛି।

କ୍ୟାମ୍ପ୍‌ରେ ଅନେକ ସେନା କର୍ମଚାରୀ ଆବାସିକ କ୍ୱାର୍ଟର୍ସଗୁଡ଼ିକରେ ରହନ୍ତି। ସେହି କ୍ୱାର୍ଟର୍ସ ନିକଟରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା କଥା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe