ଜମ୍ମୁ କଶ୍ମୀର ରାଜ୍ୟପାଳ ବଦଳିବେ : ରାଜୀବ ମହର୍ଷି ହୋଇପାରନ୍ତି ନୂଆ ରାଜ୍ୟପାଳ

ଜମ୍ମୁ କଶ୍ମୀର ରାଜ୍ୟପାଳ ବଦଳିବେ : ରାଜୀବ ମହର୍ଷି ହୋଇପାରନ୍ତି ନୂଆ ରାଜ୍ୟପାଳ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ଖୁବ୍‌ ଶୀଘ୍ର ନୂଆ ରାଜ୍ୟପାଳ ନିଯୁକ୍ତ ହେବେ। ଜମ୍ମୁ କଶ୍ମୀରରେ ବର୍ତ୍ତମାନ ରାଜ୍ୟପାଳ ଥିବା ଏନ୍‌ ଏନ୍‌ ଭୋରା ୧୦ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବାରୁ ଆଉ ଅଧିକ ଦିନ ରାଜ୍ୟପାଳ ରହିବା ପାଇଁ କେନ୍ଦ୍ର ସରକାର ଚାହୁନଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୂର୍ବତନ ଗୃହ ସଚିବ ତଥା ବର୍ତ୍ତମାନର ମହାଲେଖା ନିୟନ୍ତ୍ରକ (ସିଏସି) ରାଜୀବ ମହର୍ଷିଙ୍କ ନାମ ଏହି ପଦ ପାଇଁ ସର୍ବାଗ୍ରେ ରହିଛି। ଉଲ୍ଲେଖଯୋଗ୍ୟ, ଜମ୍ମୁ କଶ୍ମୀରରେ ବିଜେପି ପିଡିପି ମେଣ୍ଟ ସରକାର ଭାଙ୍ଗିଯିବା ପରେ ଗତ ଜୁନ୍‌ ୨୦ରୁ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଛି। ଭୋରା ୟୁପିଏ ସରକାର ବେଳେ ଜମ୍ମୁ କଶ୍ମୀର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ମୋଦୀ ସରକାର ଆସିବା ପରେ ମଧ୍ୟ ସେ ରାଜ୍ୟପାଳ ରହିଲେ। ଗତ ଜୁନ୍‌ ୨୮ରେ ଭୋରାଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ ଅମରନାଥ ଯାତ୍ରା ନେଇ ଭୋରାଙ୍କ କାର୍ଯ୍ୟକାଳ ବଢ଼ିଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ଭୋରାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଧାରା ୩୫ ଏକୁ ନେଇ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe