ଜମ୍ମୁ‌ରେ ୧୫ରାଷ୍ଟ୍ରର କୂଟନୀତିଜ୍ଞ ସିଏସ୍‌, ଡିଜିପିଙ୍କ ସହ କଥା ହେଲେ

Advertisment
ଜମ୍ମୁ‌ରେ ୧୫ରାଷ୍ଟ୍ରର କୂଟନୀତିଜ୍ଞ ସିଏସ୍‌, ଡିଜିପିଙ୍କ ସହ କଥା ହେଲେ

ଜମ୍ମୁ: ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ୧୫ଟି ରାଷ୍ଟ୍ରର କୂଟନୀତିଜ୍ଞ ଜମ୍ମୁ କାଶ୍ମୀର ଗସ୍ତରେ ଆସିଛନ୍ତି। ଏହି ବିଦେଶୀ କୂଟନୀତିଜ୍ଞମାନେ ଆଜି ସିଭିଲ୍‌ ସୋସାଇଟି ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟ ସଚିବ ବିଭିଆର ସୁବ୍ରମଣ୍ୟମ୍‌ ଏବଂ ଡିଜିପି ଦିଲ୍‌ବାଗ ସିଂହଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଆଜି ୧୫ ରାଷ୍ଟ୍ରର କୂଟନୀତିଜ୍ଞଙ୍କୁ ଜମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି। ଏହାପ‌ରେ ବିଭିନ୍ନ ପ୍ରତିନିଧି ଦଳ ତଥା ପଶ୍ଚିମ ପାକିସ୍ତାନୀ ଶରଣାର୍ଥୀ, ବାଲ୍ମିକୀ ସମାଜ ଏବଂ ଗୁଜ୍ଜର ପ୍ରତିନିଧି ଦଳ ସମେତ ଆଇନଜୀବୀମାନଙ୍କର ଏକ ପ୍ରତିନିଧି ଦଳ ବିଦେଶୀ କୂଟନୀତିଜ୍ଞଙ୍କ ସହ ବୈଠକ କରିଛନ୍ତି। ସ୍ବାସ୍ଥ୍ୟ ସଂକ୍ରାନ୍ତ ଆର୍ଥିକ କମିସନର ଅଦୁଲ ଦୁଲ୍ଲୋ କୂଟନୀତିଜ୍ଞମାନଙ୍କୁ ଜମ୍ମୁ କାଶ୍ମୀରରେ ସରକାରଙ୍କ ଦ୍ବାରା ଦିଆଯାଇଥିବା ସ୍ବା‌ସ୍ଥ୍ୟ ସୁବିଧା ସମ୍ପର୍କରେ ଅବଗତ କରିଛନ୍ତି। କାଶ୍ମୀରରେ ସବୁଠାରୁ ବୃହତ୍ତମ ପ୍ରବାସୀ ଶିବିରକୁ ଏହି ୧୫ ରାଷ୍ଟ୍ରର ପ୍ରତିନିଧି ଦଳ ଆଜି ଅପରାହ୍ନରେ ଯାଇ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଗତକାଲି ସନ୍ଧ୍ୟାରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଜିସି ମୁର୍ମୁ କୂଟନୀତିଜ୍ଞମାନଙ୍କ ପାଇଁ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ। ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନ୍ନେଥ ଜଷ୍ଟର ପ୍ରତିନିଧି ଦଳର ନେତୃତ୍ବ ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe