ଅହମ୍ମଦାବାଦ: ମୁମ୍ବାଇର ମଲାଦରେ ଆଇସକ୍ରିମରେ କଟା ଆଙ୍ଗୁଳି ତା’ପରେ ବିଛା ବାହାରିବା ଘଟଣାର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଏହି କ୍ରମରେ ଦେଖିବାକୁ ଗଲେ ଏପରି ଏକ ଘଟଣା ଗୁଜୁରାଟର ଜାମନଗରରୁ ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ବାଲାଜୀ ୱେଫର୍ସ ଚିପ୍ସର ଏକ ପ୍ୟାକେଟରେ ମୃତ ବେଙ୍ଗ ମିଳିବା ପରେ ଉତ୍ତେଜନା ଦେଖା ଦେଇଛି। ଜାମନଗର ବାସିନ୍ଦା ୟାସ୍ମିନ୍ ପଟେଲ କହିଛନ୍ତି, ‘ ମୋ ଝିଅ ଦୋକାନରୁ ବାଲାଜୀ ୱେଫର୍ସର ଏକ ପ୍ୟାକେଟ୍ ନେଇ ଘରକୁ ଆସିଥିଲା। ଘରେ ପ୍ୟାକେଟ ଖୋଲି ଖାଉଥିବା ବେଳେ ସେଥିରୁ ଏକ ମୃତ ବେଙ୍ଗ ବାହାରିଥିଲା। ଆଶ୍ଚର୍ଯ୍ୟର କଥା ବେଙ୍ଗକୁ ଉକ୍ତ ଚିପ୍ସ ସହିତ ଛାଣି ଦିଆଯାଇଥିବା ଦେଖିବାକୁ ମିଳିଥିଲା।
ପ୍ରଥମେ ଏହି ଘଟଣାକୁ ନେଇ ସ୍ଥାନୀୟ ଦୋକାନୀ ଓ ଏଜେନ୍ସି ମାଲିକଙ୍କୁ ଅଭିଯୋଗ କରିଥିଲି। ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନମିଳିବା ପରେ କମ୍ପାନିର କଷ୍ଟମର କେୟାରକୁ ଫୋନ କରିଥିଲେ।
ଅନେକଥର କଲ କରିବା ପରେ କଷ୍ଟମର କେୟାର କର୍ମଚାରୀ ଫୋନ ଉଠାଇଥିଲେ। ମୁଁ ତାଙ୍କୁ ଘଟଣା ବିଷୟରେ କହିବାରୁ ସେ ଚିପ୍ସରୁ ବେଙ୍ଗ ବାହାରିବା ଘଟଣାକୁ ସ୍ବୀକାର ନକରି କହିଥିଲେ ଯାହା କରିବାର ଅଛି କରିନିଅ, ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କର।’
Follow Us