କୂଳ ଲଂଘୁଛି ଯମୁନା: ଦିଲ୍ଲୀରେ ରାସ୍ତା ଉପରେ ଲୋକ

କୂଳ ଲଂଘୁଛି ଯମୁନା: ଦିଲ୍ଲୀରେ ରାସ୍ତା ଉପରେ ଲୋକ

India TV News

ନୂଆଦିଲ୍ଲୀ: ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ଲଗାଣ ବର୍ଷା ହେତୁ ଯମୁନା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଦିଲ୍ଲୀରେ ଯମୁନା ନଦୀର ବନ୍ୟାଜଳ ଉଛୁଳିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଏଥିଯୋଗୁ ‌ଦିଲ୍ଲୀରେ ଲୋକମାନେ ରାସ୍ତାକୁ ପଳାଇ ଆସିଛନ୍ତି। ଘର ଭିତରେ ବନ୍ୟାପାଣି ପଶିଯିବାରୁ ତଳିଆ ଅଞ୍ଚଳ ଲୋକମାନେ ସହରର ନିରାପଦ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଛନ୍ତି। ଯମୁନା ନଦୀର ବିପଦ ସ୍ତର ୨୦୫.୩୩ ମିଟର ଥିବାବେଳେ ଆଜି ୨୦୪.୯୧ ମିଟରରେ ଜଳ ପ୍ରବାହିତ ହେଉଛି। ରିପୋର୍ଟରୁ ଜଣାପଡ଼ିଛି, ଯମୁନା ନଦୀରେ ବନ୍ୟାଜଳ ପ୍ରବାହିତ ହେତୁ ମୟୂର ବିହାର ପ୍ରଥମ ପର୍ଯ୍ୟାୟ ଏବଂ ଅକ୍ଷୟଧାମ ମନ୍ଦିର ନିକଟରେ ଥିବା ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ସ୍ଥାନୀୟ ‌ଅଧିବାସୀ ଗୃହପାଳିତ ପଶୁଙ୍କୁ ସାଙ୍ଗରେ ଧରି ଘରଛାଡ଼ି ଉଚ୍ଚସ୍ଥାନକୁ ଯାଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକମାନଙ୍କୁ ନଦୀ ନିକଟକୁ ନ ଯିବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ମଧ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe