ଆଫଗାନିସ୍ତାନରେ ସବୁ ଲୋକଙ୍କ ଜନ୍ମ ତାରିଖ ଜାନୁଆରି ପହିଲା

Advertisment
ଆଫଗାନିସ୍ତାନରେ ସବୁ ଲୋକଙ୍କ ଜନ୍ମ ତାରିଖ ଜାନୁଆରି ପହିଲା

Image Courtesy of Free Malaysia Today

କାବୁଲ୍‌: ଜାନୁଆରି ପହିଲା ଦିନ ସମାଦ ଅଲ୍‌ଓ୍ଵାଇଙ୍କ ଜନ୍ମଦିନ। ସେ ଦିନ ମଧ୍ୟ ତାଙ୍କ ପତ୍ନୀ, ତାଙ୍କ ଦୁଇ ପୁଅ ଏବଂ ୩୨ ଜଣ ବନ୍ଧୁ ଏବଂ ଅନ୍ୟାନ୍ୟ ହଜାର ହଜାର ଆଫଗାନ୍‌ବାସୀଙ୍କ ଜନ୍ମଦିନ। କାରଣ ନିଜର ଜନ୍ମ ତାରିଖ ଜାଣି ନ ଥିବା ଲୋକେ ସୁବିଧା ପାଇଁ ଜାନୁଆରି ପହିଲାକୁ ସେମାନଙ୍କର ଜନ୍ମଦିନ ଭାବେ ଗ୍ରହଣ କରି ନେଇଛନ୍ତି।

ଜନ୍ମ ପ୍ରମାଣପତ୍ର କିଂବା ସରକାରୀ ରେକର୍ଡ ନ ଥିବାରୁ ବହୁ ଆଫଗାନବାସୀ ନିଜର ଜନ୍ମ ତାରିଖ ଦର୍ଶାଇବାକୁ ଋତୁ କିଂବା ଐତିହାସିକ ଘଟଣାବଳୀ ବ୍ୟବହାର କରି ଥାଆନ୍ତି।

publive-image Image Courtesy of Citizen Tanzania

ବ୍ୟବହାରକାରୀଙ୍କ ଜନ୍ମ ତାରିଖ ଖୋଜୁଥିବା ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମ ନେଟ୍‌ଓ୍ଵାର୍କର ପ୍ରସାରଣ ଯୋଗୁଁ ତଥା ପାସ୍‌ପୋର୍ଟ ଓ ଭିସାର ଚାହିଦା ବଢୁଥିବାରୁ ଆଫଗାନବାସୀମାନେ ଯେ କୌଣସି ତାରିଖକୁ ନିଜର ଜନ୍ମତାରିଖ ଭାବେ ଉଲ୍ଲେଖ କରୁଛନ୍ତି।

ତେଣୁ ଜାନୁଆରି ପହିଲାକୁ ନିଜର ଜନ୍ମ ତାରିଖ ଭାବେ ଗ୍ରହଣ କରିବାକୁ ବହୁ ଲୋକେ ପସନ୍ଦ କରୁଛନ୍ତି। ୪୩ ବର୍ଷିୟ ସମାଦ ଅଲାଓ୍ଵା କହନ୍ତି: ମନେ ହେଉଛି ସବୁ ଆଫଗାନବାସୀ ଜାନୁଆରି ପହିଲା ଦିନ ଜନ୍ମିଛନ୍ତି।

ଯେଉଁମାନେ ନିଜର ଜନ୍ମ ତାରିଖ ଜାଣନ୍ତି ସେମାନେ ମଧ୍ୟ ଜାନୁଆରି ପହିଲାରେ ଜନ୍ମ ବୋଲି ଉଲ୍ଲେଖ କରୁଛନ୍ତି। ଏହାର କାରଣ ସୂର୍ଯ୍ୟମାସ ଆଧାରିତ ହିଜରି କ୍ୟାଲେଣ୍ଡର୍‌ ଅନୁସାରେ ଥିବା ସେମାନଙ୍କ ଜନ୍ମ ତାରିଖକୁ ଇଂରାଜି କ୍ୟାଲେଣ୍ଡର୍‌ ତାରିଖ ଅନୁସାରେ ପରିବର୍ତ୍ତନ କରିବାର ଝମ୍ବିଲାରେ ପଶିବାକୁ ସେମାନେ ଚାହୁଁ ନାହାନ୍ତି। କେବଳ ଆଫଗାନିସ୍ତାନ ଏବଂ ଇରାନ୍‌ରେ ଇସ୍‌ଲାମୀୟ କ୍ୟାଲେଣ୍ଡର୍‌ ହିଜ୍‌ରି ପ୍ରଚଳିତ।

ସାଧାରଣତଃ ହିଜ୍‌ରି କ୍ୟାଲେଣ୍ଡର୍‌ର ପ୍ରଥମ ଦିନ ମାର୍ଚ ୨୧ ତାରିଖରେ ପଡ଼ିଥାଏ। ଅଓ୍ଵାଲି କହନ୍ତି: ୨୦୧୪ରେ ମୁଁ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଖୋଲିଲା ବେଳେ ଓଲଟ ତାଲିକାରୁ ନିଜର ଜନ୍ମ ତାରିଖ ବାଛିବା ଅପେକ୍ଷା ଜାନୁଆରି ପହିଲାକୁ ଜନ୍ମ ତାରିଖ ଭାବେ ଗ୍ରହଣ କରିବା ସୁବିଧା ହେଲା। ତା’ଛଡ଼ା ଇଣ୍ଟର୍‌ନେଟ୍‌ ମନ୍ଥର ହେଉଥିବାରୁ ହିଜ୍‌ରି ତାରିଖକୁ ପଶ୍ଚିମୀ କ୍ୟାଲେଣ୍ଡର୍‌ ତାରିଖରେ ପରିବର୍ତ୍ତନ କରିବାକୁ କଷ୍ଟ ହେଉଛି।
ଆଫଗାନିସ୍ତାନର ସରକାରୀ ପରିଚୟ ପତ୍ର ବା ‘ତାଜ୍‌କିରା’ରେ ମଧ୍ୟ ବ୍ୟକ୍ତି ବିଶେଷଙ୍କ ଜନ୍ମ ତାରିଖ ଉପରେ ବିଶେଷ ଗୁରୁତ୍ୱ ଦିଏ ନାହିାଁ। ଶାରୀରିକ ଚେହେରା ଆଧାରରେ ସେମାନେ ଜଣଙ୍କର ବୟସ ନିରୂପଣ କରିଥାଆନ୍ତି।

publive-image Image Courtesy of The Peninsular Qatar

୩୪ ବର୍ଷିୟ ଅବଦୁଲ୍‌ ହାଜି କହନ୍ତି: ତାଜ୍‌କିରା ଅନୁସାରେ ହିଜ୍‌ରା କ୍ୟାଲେଣ୍ଡର୍‌ ଅନୁସାରେ ୧୩୬୫ ମସିହାରେ ମୋତେ ତିନି ବର୍ଷ ହୋଇଥିଲା। ଇଂରାଜି କ୍ୟାଲେଣ୍ଡର୍‌ରେ ତାହା ଥିଲା ୧୯୮୬ ମସିହା। ସେହି ବର୍ଷ ମୋ ତାଜ୍‌କିରା ପ୍ରସ୍ତୁତ ହୋଇଥିଲା।

ସେଥିରେ ଜନ୍ମ ତାରିଖ ଉଲ୍ଲେଖ କରିବାକୁ ସ୍ଥାନ ମଧ୍ୟ ରଖା ଯାଇନାହିଁ। କୌଣସି ରେକର୍ଡରେ ଉଲ୍ଲେଖ ନ ରହିଲେ ଜଣେ କେମିତି ନିଜର ଜନ୍ମ ତାରିଖ ମନେରଖି ପାରିବ?

ଏବେ ସେଥିରେ ପରିବର୍ତ୍ତନ କରାଇବାକୁ କର୍ତ୍ତୃପକ୍ଷମାନେ ଉଦ୍ୟମ କରୁଛନ୍ତି। ତେଣୁ କେତେକ ଆଫଗାନୀ ଡାକ୍ତରଖାନାରେ ନବଜାତକମାନଙ୍କ ପାଇଁ ଜନ୍ମଗତ ପ୍ରମାଣପତ୍ର ଜାରି କରିବା ଆରମ୍ଭ କରିଛନ୍ତି। ସରକାର ମଧ୍ୟ ଇ-ତାଜ୍‌କିରା ଜାରି କରିବାକୁ ଯୋଜନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe