ଜାନୁଆରି ୨୨ ମୋ ଜୀବନର ବଡ଼ ଦିନ ହୋଇ ରହିବ: ନିର୍ଭୟାଙ୍କ ମା’

ଜାନୁଆରି ୨୨ ମୋ ଜୀବନର ବଡ଼ ଦିନ ହୋଇ ରହିବ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଆଜି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ୪ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। ତେବେ ରାୟ ପ୍ରକାଶ ପାଇବା ପରେ ନିର୍ଭୟାଙ୍କୁ ମା’ ଆଶା ଦେବୀ ସବୁଠୁ ବେଶି ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହି ରାୟ ମହିଳାଙ୍କ ମନରେ ଆଇନ ବ୍ୟବସ୍ଥା ପ୍ରତି ବିଶ୍ବାସ ବୃଦ୍ଧି କରିବ। ବିଳମ୍ବରେ ହେଉ ପଛେ ତାଙ୍କ ଝିଅକୁ ନ୍ୟାୟ ମିଳିଥିବାରୁ ସେ ଖୁସି ବୋଲି କହିଛନ୍ତି ଆଶା ଦେବୀ। ଜାନୁଆରି ୨୨ ତାରିଖ, ଯେଉଁଦିନ ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ, ସେହି ଦିନଟି ତାଙ୍କ ଜୀବନର ସବୁଠୁ ବଡ଼ ଦିନ ହୋଇ ରହିବ ବୋଲି ଆଶା ଦେବୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe