Image Source: Deccan Chronicle
ଟୋକିଓ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରତି ୭୦ ଜଣ ସୈନିକଙ୍କ ଲାଗି ଜଣେ ଯୌନଦାସୀ ଯୋଗାଇ ଦେବାକୁ ସରକାରଙ୍କୁ କହିଥିଲା ଜାପାନ ସେନାବାହିନୀ। ଐତିହାସିକ ନଥିପତ୍ର ସମୀକ୍ଷା କରି ଏ କଥା ପ୍ରକାଶ କରିଛି ‘କିଓଡୋ ନିଉଜ୍’। ଏହି ବ୍ୟବସ୍ଥା ତଥାକଥିତ ‘କମ୍ଫର୍ଟ ଉଇମିନ୍’ ପ୍ରଣାଳୀରେ ଦେଶର ଭୂମିକା ଉପରେ ଆଲୋକପାତ କରୁଥିଲା।
ଏହି ଯୌନଦାସୀ ମାମଲା ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ଯନ୍ତ୍ରଣାଦାୟକ ବିବାଦର ମୂଳ କାରଣ ହୋଇଥିଲା।
ଏହି ମହିଳାମାନଙ୍କୁ କୋରିଆ, ତାଇଓ୍ଵାନ୍, ଅଷ୍ଟ୍ରେଲିଆ, ଫିଲିପ୍ପିନ୍ସ୍ ଏବଂ ଜାପାନରୁ ଯୋଗାଡ଼ କରାଯାଉଥିଲା। କିଓଡୋ ରିପୋର୍ଟରେ ଉଲ୍ଲେଖ ଅଛି ଯେ ଜାପାନ ଆକ୍ରମଣ ଯୋଗୁଁ ଜିନାନ ଅଞ୍ଚଳରେ ବେଶ୍ୟାବୃତ୍ତି ବୃଦ୍ଧି ପାଇଥିଲା। ସେମାନେ ଜାପାନର ଗେସିଆରୁ ୧୦୧ ଜଣ, ଜାପାନରୁ ୧୧୦ ଜଣ ଏବଂ କୋରିଆରୁ ୨୨୮ ଜଣ ଯୌନଦାସୀ ଆଣିଥିଲେ।
Image Source: The Washington Postଏପ୍ରିଲ୍ ମାସ ଶେଷ ବେଳକୁ ଜାପାନି ସୈନିକମାନଙ୍କ ପାଇଁ ଅନ୍ୟୂନ ୫୦୦ ଯୌନଦାସୀ ସମବେତ କରାଯାଇଥିବ ବୋଲି ରିପୋର୍ଟ କହୁଛି। ‘ଗେସିଆ’ ବୋଲି ଉଲ୍ଲେଖ ଥିବା ଯୌନଦାସୀମାନେ ଆପଣାଛାଏଁ ଆସିଥିବା କଥା ଅନୁମାନ କରାଯାଉଛି।
ଐତିହାସିକମାନଙ୍କ ମତରେ ରୋଗ ବ୍ୟାପିବାକୁ ରୋକିବା ଏବଂ ସୈନିକମାନଙ୍କ ମଧ୍ୟର ଦୁଷ୍କର୍ମ ରୋକିବା ପାଇଁ ହଜାର ହଜାର ଯୌନଦାସୀଙ୍କୁ ଅଣାଯାଇଥିଲା।
Follow Us