କୋଭିଡ୍-୧୯ ସଂକ୍ରମଣ ବଢୁଥିବାରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ

Advertisment
କୋଭିଡ୍-୧୯ ସଂକ୍ରମଣ ବଢୁଥିବାରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ

660 News

ଟୋକିଓ: ଜାପାନରେ କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ମଙ୍ଗଳବାର ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି | ଗତକାଲି ସେ ଜାପାନରେ ଜରୁରୀ ପରିସ୍ଥିତି ଘୋଷଣା କରିବା ନେଇ ସୂଚନା ଦେଇଥିବା ବେଳେ ଆଜି ତାକୁ ଲାଗୁ କରାଯାଇଛି | କରୋନା ପ୍ରଭାବକୁ ଦେଖି ଏଭଳି ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ | ଦେଶରେ ୩୯୦୬ଜଣ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୬ଟି ପ୍ରଦେଶରେ ୧ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

Japanese leader declares state of emergency as COVID-19 spreads ... CBS News

ଜାପାନର ହାଇଗୋ, ଟୋକିଓ, କାନାଗାୱା, ସାଇଟାମା, ଚିବା, ଓସାକା, ଏବଂ ଫୁକୁୋକା ପ୍ରଦେଶରେ ୧ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିବା ଜଣା ପଡିଛି | ଜାପାନରେ ସଂକ୍ରମିତଙ୍କ ସଂଖ୍ୟା, ବିଶେଷକରି ରାଜଧାନୀ ଟୋକିଓରେ, ଦ୍ରୁତ ବେଗରେ ବଢ଼ି ଚାଲିଥିବାରୁ ଏ ଭଳି ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ଉପରେ ଚାପ ପଡୁଥିଲା । ଏବେ କେବଳ ଟୋକିଓରେ କରୋନଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଟପି ଯାଇଥିବା ଜଣାପଡ଼ିଛି । ଜାପାନରେ ସଂକ୍ରମଣ ସଂଖ୍ୟା ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ଦେଶ ଓ ଚୀନ ତୁଳନାରେ କମ୍ ଥିଲେ ବି ସରକାର କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଟୋକିଓର ରାଜ୍ୟପାଳ ୟୁରିକୋ କୋଇକେ ଗତ ସପ୍ତାହରେ ସୂଚନା ଦେଇ କହିଥିଲେ କି, କଠୋର ସାମାଜିକ ଦୂରତା ପଦକ୍ଷେପ ସ୍ୱରୂପ ସେ ଜରୁରୀ ପରିସ୍ଥିତିକୁ ସମର୍ଥନ କରିବେ ।କରୋନାଭାଇରସ୍ ନିମନ୍ତେ ମାର୍ଚ ମାସର ସଂଶୋଧିତ ଆଇନ ଅନୁସାରେ, ଯଦି ଏହି ରୋଗ ଜୀବନ ପ୍ରତି ସାଙ୍ଘାତିକ ବିପତ୍ତି ଏବଂ ଅର୍ଥନୀତି ଉପରେ ଅଧିକ କୁପ୍ରଭାବ ପକାଇବା ପରି ମନେହେବ, ତେବେ ପ୍ରଧାନମନ୍ତ୍ରୀ ଜରୁରୀ ପରିସ୍ଥିତି ଜାରି କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe