ଉତ୍ତର କୋରିଆର ଯୁଦ୍ଧ ଧମକ ପରେ ଜାପାନ କଲା ପ୍ରତିଷେଧକମୂଳକ ବ୍ୟବସ୍ଥା

Advertisment
ଉତ୍ତର କୋରିଆର ଯୁଦ୍ଧ ଧମକ ପରେ ଜାପାନ କଲା ପ୍ରତିଷେଧକମୂଳକ ବ୍ୟବସ୍ଥା

ଟୋକିଓ: ଜାପାନ ଉପରେ ପରମାଣୁ ଆକ୍ରମଣ କରିବା ପାଇଁ ଉତ୍ତର କୋରିଆ ଧମକ ଦେବା ପରେ ନିଜ ଦେଶକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଜାପାନ ବିଭିନ୍ନ ପ୍ରକାରର ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରୁଛି।

ଏହି କ୍ରମରେ ଜାପାନର ହୋକାଇଡୋର ଉତ୍ତର ଦ୍ୱୀପରେ ଜାପାନ ମଙ୍ଗଳବାର ଏକ ମୋବାଇଲ୍‌ ମିସାଇଲ୍‌ ଡିଫେନ୍ସ ସିଷ୍ଟମ୍‌ ପ୍ରତିଷ୍ଠା କରିଛି।

ଏନେଇ ପ୍ରତିରକ୍ଷା ମନ୍ତ୍ରୀ ଇଟ୍‌ସୁନୋରି ଓନୋଡେରା କହିଛନ୍ତି,‘ ପ୍ରତିଷ୍ଠା ହୋଇଥିବା ଏହି ପାଟ୍ରିଓଟ୍‌ ଆଡଭାନ୍ସ କ୍ୟାପାବିଲିଟି -୩ ଇଣ୍ଟରସେପ୍ଟର ଦକ୍ଷିଣ ହୋକାଇଡୋରେ ମୁତୟନ ହେବ। ଯେ କୌଣସି ପ୍ରକାର ଜରୁରିକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ଏହାକୁ ଏକ ରକ୍ଷାକାରୀ ଭାବେ ପ୍ରସ୍ତୁତ କରି ରଖିଛନ୍ତି।’

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଉତ୍ତର କୋରିଆ ଏକ ମିସାଇଲ୍‌ ପରୀକ୍ଷଣ କରିବା ପରେ ଦକ୍ଷିଣ ହୋକାଇଡୋରରେ ଉତ୍ତର କୋରିଆର ଏକ ଯୁଦ୍ଧ ବିମାନ ଉଡିଥିଲା। ଖାଲି ଏତିକି ନୁହେଁ, ଜାପାନର ଆକାଶ ପଥ ଦେଇ ଉତ୍ତର କୋରିଆ ବାରମ୍ବାର ମିସାଇଲ୍‌ ପରୀକ୍ଷା କରୁଥିବା ସଂପର୍କରେ ଖବର ମିଳିବା ପରେ ଜାପାନ ପକ୍ଷରୁ ଏ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜାପାନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe