ପଦ ଛାଡ଼ିବାକୁ ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା

Advertisment
ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଫୁମିଓ କିଶ୍‌ହିଦାଙ୍କୁ ଔପଚାରିକ ଅନୁମୋଦନ

Image Courtesy of ANI

ଟୋକିଓ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏପରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହା ଆଧୁନିକ ଯୁଗରେ ବିରଳ। ମୁଦ୍ରାସ୍ଫୀତିକୁ ନେଇ ଜନସାଧାରଣଙ୍କୁ ଅସନ୍ତୁଷ୍ଟ ଦେଖି ସେ ନିଜେ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି, ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି, ଲୋକମାନେ ଅସନ୍ତୁଷ୍ଟ ଅଛନ୍ତି, ସେମାନଙ୍କ କ୍ରୋଧ ବୃଦ୍ଧି ପାଉଛି। ମୁଁ ଏସବୁ ଦେଖିପାରୁନାହିଁ, ତେଣୁ ମୁଁ ଆସନ୍ତା ମାସରେ ଇସ୍ତଫା ଦେଇଦେବି। ସେ ଆଉ କେବେ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେପ୍ଟେମ୍ବରରେ କିଶିଦା ଇସ୍ତଫା ଦେବେ।

ଲୋକଙ୍କ ବିଶ୍ୱାସ ବିନା ରାଜନୀତି ଚାଲିପାରିବ ନାହିଁ। ଜନସାଧାରଣଙ୍କ କଥା ଚିନ୍ତା କରି ମୁଁ ଏହି ବଡ଼ ନିଷ୍ପତ୍ତି ନେଇଛି। ମୁଁ ଚାହୁଁଛି ଦେଶରେ ରାଜନୈତିକ ସଂସ୍କାର ହେଉ ବୋଲି ୨୦୨୧ରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା କିଶିଦା କହିଛନ୍ତି। କିନ୍ତୁ ତାଙ୍କ ଶାସନ କାଳରେ ଜାପାନର ଅର୍ଥନୀତି ଧୀରେ ମୁଦ୍ରାସ୍ଫୀତି ଶୀର୍ଷରେ ରହିଛି। ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେରୋଜଗାର ବୃଦ୍ଧି ପାଇଛି। ଜନସାଧାରଣ ଚାହୁଁନାହାନ୍ତି ଯେ ସେ ଏହି ପଦରେ ରହିବେ। ଲୋକେ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ଏହା ଦ୍ୱାରା ତାଙ୍କ ରେଟିଂ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ଲୋକଙ୍କ ସ୍ୱର ଶୁଣନ୍ତୁ। କିଶିଦା ଜନସାଧାରଣଙ୍କ ଅସନ୍ତୋଷକୁ ଶୁଣିବା ସହ ପଦଛାଡ଼ିବାକୁ ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe