ଜାପାନ ଭୂମିକମ୍ପ: ୪ ମୃତ, ଶତାଧିକ ଆହତ

ଜାପାନ ଭୂମିକମ୍ପ: ୪ ମୃତ, ଶତାଧିକ ଆହତ

DW

ଟୋକିଓ : ବୁଧବାର ରାତିରେ ପୂର୍ବ ଜାପାନରେ ହୋଇଥିବା ୭.୩ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଲକ୍ଷାଧିକ ପରିବାରର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଫୁକୁସିମା ଡାଏଚି ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ଦୁଇଟି ରିଆକ୍ଟରରେ ୱାଟର ପମ୍ପ ବନ୍ଦ ହୋଇ ଯାଇଥିବାରୁ ସଙ୍କଟ ବଢ଼ିଛି। ଭୂମିକମ୍ପର ଦୁଇଦିନ ପରେ ପରବର୍ତ୍ତୀ କମ୍ପନର ଆଶଙ୍କା ଥିବାରୁ ସତର୍କତା ଏବଂ ସୁନାମି ଆଲର୍ଟ ଜାରି କରାଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ସମାନ ତୀବ୍ରତାର ଆଉ ଏକ ଭୂମିକମ୍ପ ହେବ ବୋଲି ଭୂ ବିଜ୍ଞାନ ବିଭାଗ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe