Image Courtesy of India Today
ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ଅବନତି କାରଣରୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଜାପାନୀ ରାଷ୍ଟ୍ରୀୟ ପ୍ରସାରଣକାରୀ ‘ଏନ୍ଏଚ୍କେ’ ଶୁକ୍ରବାର ଦିନ କହିଛି ଯେ, ଆବେ ଇସ୍ତଫା ଦେବାକୁ ବାହାରିଛନ୍ତି। ଅଧିକ ଖରାପ ହୋଇ ପଡୁଥିବା ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ମଧ୍ୟ ସିଞ୍ଜୋ ଆବେ ଚାହୁଁ ନ ଥିବା ରିପୋର୍ଟ ମିଳିଛି।
Image Courtesy of India Todayନିକଟରେ ସିଞ୍ଜୋ ଆବେ ଦୁଇ ଥର ଡାକ୍ତରଖାନାକୁ ଯିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ କାର୍ଯ୍ୟକାଳ ସମୟ ଉପରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଦୀର୍ଘ ବର୍ଷ ଧରି ସେ ପୁରାତନ ‘ଅଲ୍ସ୍ରେଟିଭ୍ କୋଲାଇଟିସ୍’ରେ (ବୃହଦାନ୍ତଃରେ ଘା’) ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିଲେ। ଏ ସଂକ୍ରାନ୍ତରେ ସିଞ୍ଜୋ ଆଜି ପରେ ସାମ୍ବାଦିକ ସମ୍ମିଳନୀ ଡକାଇ ପାରନ୍ତି।
ଜାପାନର ଶାସକ ଦଳ କର୍ମକର୍ତ୍ତାମାନେ କହିଛନ୍ତି ଯେ, ସିଞ୍ଜୋ ଆବିଙ୍କ ସ୍ବାସ୍ଥ୍ୟ ଭଲ ଅଛି। କିନ୍ତୁ, ସେ ଯେଉଁ ଦୁଇ ଥର ଡାକ୍ତରଖାନା ଯାଇଥିଲେ, ସେଥିରୁ ଥରେ ୮ ଘଣ୍ଟା ବିତି ଯିବାରୁ ଏ ଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସେପ୍ଟେମ୍ବର ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଦାୟିତ୍ବ ନିର୍ବାହ କରିବାକୁ ସମର୍ଥ ହେବ।
Follow Us