କୋଭିଡ୍‌ ବିଭ୍ରାଟକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ: ୨୯ରେ ନୂଆ ନେତା ନିର୍ବାଚନ

Advertisment
କୋଭିଡ୍‌ ବିଭ୍ରାଟକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ: ୨୯ରେ ନୂଆ ନେତା ନିର୍ବାଚନ

TittlePress

ଟୋକିଓ: କୋଭିଡ୍‌ ମହାମାରୀ ଗୋଟିଏ ଦେଶର ସରକାରକୁ ଟଳମଳ କରିପା‌ରେ, ତାହା ଦେଖିବାକୁ ମିଳିଛି ଜାପାନରେ। ମହାମାରୀ ପରିଚାଳନାରେ ବିଭ୍ରାଟକୁ ନେଇ ସରକାରଙ୍କ ଜନପ୍ରିୟତାର ରେଟିଂ ୩୦ ପ୍ରତିଶତ ତଳକୁ ଖସିଯିବାରୁ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଶୁକ୍ରବାର ଘୋଷଣା କରିଥିଲେ ଯେ, ସରକାରୀ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍‌ଡିପି)ର ସେ ଆଉ ନେତା ହୋଇ ରହିବେ ନାହିଁ। ତେବେ ଏଯାବତ୍ ନୂଆ ନେତା କିଏ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଦଳର ଆଉ ଅଧିକ କ୍ଷତି ହେବାକୁ ନ ଦେଇ ସୁଗା ଇସ୍ତଫା ଦେବାକୁ ଦେବେ ଏବଂ ଦଳର ଜଣେ ‌ଦକ୍ଷ ନେତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବାର ବ୍ୟବସ୍ଥା କରିବେ। ସେପ୍ଟେମ୍ବର ୨୯ରେ ହେବାକୁ ଥିବା ଦଳୀୟ ନେତା ନିର୍ବାଚନରେ ସୁଗା ଭାଗ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe