କୋଭିଡ୍-୧୯ ସଂକ୍ରମଣ ବଢୁଥିବାରୁ ଜରୁରୀ ପରିସ୍ଥିତି ଜାରି କରିବେ ଜାପାନ ପ୍ରଧାନମନ୍ତ୍ରୀ

Advertisment
କୋଭିଡ୍-୧୯ ସଂକ୍ରମଣ ବଢୁଥିବାରୁ ଜରୁରୀ ପରିସ୍ଥିତି ଜାରି କରିବେ ଜାପାନ ପ୍ରଧାନମନ୍ତ୍ରୀ

Image Source: Reuters

ଟୋକିଓ: ଜାପାନରେ କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ମଙ୍ଗଳବାର ସୁଦ୍ଧା ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଜରୁରୀ ପରିସ୍ଥିତି ଜାରି କରିବେ ବୋଲି "ୟୋମିଉରି' ଖବରକାଗଜ ରିପୋର୍ଟ କରିଛି ।

ଜାପାନରେ ସଂକ୍ରମିତଙ୍କ ସଂଖ୍ୟା, ବିଶେଷକରି ରାଜଧାନୀ ଟୋକିଓରେ, ଦ୍ରୁତ ବେଗରେ ବଢ଼ି ଚାଲିଥିବାରୁ ଏ ଭଳି ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ଉପରେ ଚାପ ପଡୁଛି । ଏବେ କେବଳ ଟୋକିଓରେ କରୋନଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଟପି ଯାଇଥିବା ଜଣାପଡ଼ିଛି ।

ଜାପାନରେ ସଂକ୍ରମଣ ସଂଖ୍ୟା ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ଦେଶ ଓ ଚୀନ ତୁଳନାରେ କମ୍ ଥିଲେ ବି ସରକାର କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଟୋକିଓର ରାଜ୍ୟପାଳ ୟୁରିକୋ କୋଇକେ ଗତ ସପ୍ତାହରେ ସୂଚନା ଦେଇ କହିଥିଲେ କି, କଠୋର ସାମାଜିକ ଦୂରତା ପଦକ୍ଷେପ ସ୍ୱରୂପ ସେ ଜରୁରୀ ପରିସ୍ଥିତିକୁ ସମର୍ଥନ କରିବେ।
କରୋନାଭାଇରସ୍ ନିମନ୍ତେ ମାର୍ଚ ମାସର ସଂଶୋଧିତ ଆଇନ ଅନୁସାରେ, ଯଦି ଏହି ରୋଗ ଜୀବନ ପ୍ରତି ସାଙ୍ଘାତିକ ବିପତ୍ତି ଏବଂ ଅର୍ଥନୀତି ଉପରେ ଅଧିକ କୁପ୍ରଭାବ ପକାଇବ ପରି ମନେହେବ, ତେବେ ପ୍ରଧାନମନ୍ତ୍ରୀ ଜରୁରୀ ପରିସ୍ଥିତି ଜାରି କରିପାରିବେ ।

publive-image Image Source: Zee News

ଜାପାନରେ ଜରୁରୀ ପରିସ୍ଥିତି ସମୟରେ ଗଭର୍ଣ୍ଣରମାନେ କୋଭିଡ୍-୧୯ ପ୍ରଭାବିତ ଅଞ୍ଚଳର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରାଇବା ସହ ନାଗରିକମାଙ୍କୁ ଘରେ ରହିବାକୁ କହିବେ। ବିଶ୍ୱର ଅନ୍ୟ ଦେଶ ଭଳି ଏଠାରେ ଲକଡାଉନ ହେବ ନାହିଁ ।

ଏ ପର୍ଯ୍ୟନ୍ତ ଜାପାନରେ ୩୫୦୦ ବ୍ୟକ୍ତି କୋଭିଡ୍-୧୯ ସଂକ୍ରମିତ ହୋଇଛନ୍ତି ଏବଂ ସେଥିରୁ ୮୫ଜଣଙ୍କର ମୃତୁ୍ୟ ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe